ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ ଓ ଷ୍ଟ୍ରିଟ୍ ଲାଇଟ୍

May 4, 2026 - 18:20
 0  10
ଦୀର୍ଘ ଦିନ ଧରି ମରାମତି ଅଭାବରୁ ଅଚଳ ହୋଇ ପଡ଼ିଛି ନଳକୂପ ଓ ଷ୍ଟ୍ରିଟ୍ ଲାଇଟ୍

କନ୍ଧମାଳ:୦୪/୦୫/୨୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତ ୯ ନମ୍ୱର ୱାର୍ଡ଼ ବନ୍ଧସାହି ନଳକୂପ ଏଵଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଦେଖିବାକୁ ମିଳିଛି। ଏହି ସାହିରେ ୨୫ ପରିବାର ବସବାସ କରନ୍ତି। ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବ୍ଳକ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରୁନାହିଁ। ହେଲେ ସରକାର ପରେ ସରକାର ବଦଳଉଛି ହେଲେ ସଠିକ୍ ଭାବରେ ସରକାର ଯୋଜନା ପହଞ୍ଚିବାର ଅସୁବିଧା ରହୁଛି କୋଉଠି ନା ଜାଣି ଶୁଣି ପ୍ରଶାସନ ନିରବ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହା ଫଳରେ ଜନସାଧାରଣ ପାଣି ପାଇଁ ବହୁତ ଅସୁବିଧା ହେଉଛନ୍ତି। ଅନ୍ୟ ପଟେ ରାତ୍ରି ସମୟରେ ଲାଇଟ୍ ମଧ୍ଯ ଦିର୍ଘ ଦିନ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି। ଏ ନେଇ ଗ୍ରାମ ବାସୀ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳୁନି।ବାକି ରହିଲା ଖବର ପ୍ରକାଶ ପରେ କେବେ ଏହି ସମସ୍ୟାର ସମାଧାନ କରୁଛନ୍ତି ତାହା ଅପେକ୍ଷା ରେ ଗ୍ରାମବାସୀ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ