।। ଦିଵ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ପ୍ରେରଣା ସମ୍ମାନ ।।

ଓଡ଼ିଶା ର ଏକ ଉପାନ୍ତ ଜିଲ୍ଲା ନୂଆପଡ଼ା। ଜିଲ୍ଲା ରେ ସରକାରୀ ବିଦ୍ୟାଳୟ ରେ ଦୁଇ ହଜାର ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚଳିତ ଶିକ୍ଷା ବର୍ଷ ରେ ଜିଲ୍ଲା ରେ ୬୯ ଜଣ ଦିବ୍ୟାଙ୍ଗ ପିଲା ମାଟ୍ରିକ ବୋର୍ଡ ପରୀକ୍ଷା ରେ କୃତକର୍ଯ୍ୟ ହୋଇଥିଲେ। ଜିଲ୍ଲା ର ୩ ଜଣ ଛାତ୍ର ଛାତ୍ରୀ ଅନୁସୟା ନାଗ ୭୮%, ମୋହିତ ମୋହନ ଦାସ ୭୬%, ଜନ୍ମେଜୟ ରଣା ୮୧% ମାର୍କ ହାସଲ କରି କୃତକାର୍ଯ୍ୟ ହୋଇ ଥିବାରୁ ଓଡ଼ିଶା ସରକାର ଓ ରାଜ୍ୟ ରେ ଦିବ୍ବ୍ୟାଙ୍ଗ ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନ ଅନୁଷ୍ଠାନ ଭୁବନେଶ୍ୱର ଦ୍ଵାରା କୃତି ଛାତ୍ରଛାତ୍ରି ଙ୍କୁ ଜୟଦେବ ଭବନ ଭୁବନେଶ୍ୱର ଠାରେ ପ୍ରେରଣା ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଜିଲ୍ଲା ରେ ୮ ଜଣ ବ୍ଲକ ସାଧନ କର୍ମୀ ନିୟୋଜିତ ହୋଇଥିବା ବେଳେ ୨୨ ଜଣ I ଇ ଭୋଲେଣ୍ଟର ଗ୍ରାମ ପଞ୍ଚାୟତ ସ୍ତର ରେ କାମ କରୁଛନ୍ତି। ଜିଲ୍ଲା ରେ ପ୍ରତି ବ୍ଲକ ରେ ଗୋଟିଏ ଲେଖାଏଁ ସାଧନ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି । ଏଠାରେ speech therapy, occupation therapy, physio therapy ତାଲିମ ଦିଆଯାଉଛି । ଆହୁରି ମଧ୍ୟ ସହାୟକ ଉପକରଣ, ବୃତ୍ତି, ସହାୟତା ଭତ୍ତା, ବଡ ଅକ୍ଷର ଛପା ବହି, ବ୍ରେଲ ବହି ଇତ୍ୟାଦି ସମଗ୍ର ଶିକ୍ଷା ତରଫରୁ ପ୍ରଦାନ କରାଯାଇଛି । ଆହୁରି ମଧ୍ଯ ଜିଲ୍ଲା ରେ ୮ ଟି ପି.ଏମ ଶ୍ରୀ ବିଦ୍ୟାଳୟ ରେ ଗୋଟିଏ ଲେଖାରୁ ସାଧନ କେନ୍ଦ୍ର (ରିସୋର୍ସ ସେଣ୍ଟର) ଖୋଲାଯିବା ର ଯୋଜନା ଅଛି । ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସୁଧାଂଶୁ ମିଶ୍ର ଓ ଡ. ରେଶମ ଲାଲ ନାଏକ, ଜିଲ୍ଲା ଅନ୍ତର୍ଣିବେଶି ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ କୃତୀ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।
ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






