ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଜଙ୍ଗଲରୁ ମୂଲ୍ୟବାନ କାଠ ଗଣ୍ଡି କାଟି ଚୋରୀ କରୁଥିବା ବେଳେ ୪ ଜଣ ଗିରଫ

Jul 14, 2026 - 12:19
 0  3
ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଜଙ୍ଗଲରୁ ମୂଲ୍ୟବାନ କାଠ ଗଣ୍ଡି କାଟି ଚୋରୀ କରୁଥିବା ବେଳେ ୪ ଜଣ ଗିରଫ

ବାଲିଗୁଡ଼ା/ଦାରିଙ୍ଗବାଡି,୧୩/୭/୦୨୬(ଫାଷ୍ଟ ନ୍ୟୁଜ ଓଡ଼ିଶା) ଶନିବାର ରାତିରେ ଦାରିଙ୍ଗବାଡି ବନାଞ୍ଚଳ ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ବେଳେ ସ୍ଥାନୀୟ ବନବିଭାଗ ୪ ଜଣଙ୍କୁ ଗିରଫ କରିଛି। ସେମାନେ ମଧ୍ୟରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳର ଅରକ୍ଷିତ ପରିଡ଼ା ଏବଂ ରଞ୍ଜିତ ସ୍ବାଇଁ ଏବଂ ଅନ୍ୟ ଦୁଇଜଣ ଦାରିଙ୍ଗବାଡି ଅଞ୍ଚଳର କବିଚନ୍ଦ୍ର ବଡ଼ମାଝି ଓ ଅଶୋକ ବଡ଼ସେଠ ବୋଲି ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ୧୮ ଖଣ୍ଡ ମୂଲ୍ୟବାନ ବଡ଼ ବଡ଼ ଶାଳ କାଠକୁ ଜବତ କରାଯିବା ସହ ଗୋଟିଏ ଜେସିବି, ଟ୍ରକ ଓ ବୋଲେରୋ ସମେତ ୨ ଟି ବାଇକକୁ ବନ ବିଭାଗ ଜବତ କରିଛି। ଏନେଇ ବନ ବିଭାଗ ୩୫ /୨୦୨୬/୨୭ କେସ ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ ବାଲିଗୁଡ଼ା ଏସିଏଫ ମନୋରଞ୍ଜନ ବାଗଙ୍କ ନେତୃତ୍ୱରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ବାଲିଗୁଡ଼ା , କୃତମଗଡ କେ.ନୂଆଗାଁ,ତୁମୁଡିବନ୍ଧ କୋଟଗଡ଼ ଏବଂ ଦାରିଙ୍ଗବାଡ଼ି ବନାଞ୍ଚଳର ବନ କର୍ମଚାରି ମିଳିତ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ, ବୁଡାଗୁଡ଼ା ସେକ୍ସନର କୁର୍ତ୍ତମଗଡ଼ ଆରଏଫ ଭିତରେ ବେଆଇନ ଭାବେ ଶାଳ କାଠ ଗଣ୍ଡି କାଟି ତାକୁ ଏକ ଟ୍ରକରେ ଜେସିବି ମାଧ୍ୟମରେ ଲୋଡ଼ କରିବା ସମୟରେ ବନ ବିଭାଗ ମାଡି ବସିଥିଲା। ଘଟଣାଟି ଶନିବାର ବିଳମ୍ବିତ ରାତ୍ରିର ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ