।। ଦାବୀ ପୂରଣ ନ ହେବା ଯାଏଁ ସାମୁହିକ ଛୁଟିରେ ରହିବେ ପ୍ରାଣିଚିକିତ୍ସକ ।।

Jan 30, 2024 - 19:50
 0  76
।। ଦାବୀ ପୂରଣ ନ ହେବା ଯାଏଁ ସାମୁହିକ ଛୁଟିରେ ରହିବେ ପ୍ରାଣିଚିକିତ୍ସକ ।।

ନୂଆପଡା - ନୂଆପଡା ସଦର ମହକୁମାସ୍ଥିତ ପ୍ରାଣିଚିକିତ୍ସକ କାର୍ଯ୍ୟଳୟ ଠାରେ ପ୍ରାଣିଚିକିତ୍ସକ ଡାକ୍ତର ସମୂହ ସରକାର ଠାରେ 4ଦଫା ନେଇ ସାମୁହିକ ଛୁଟିରେ ରହିଛନ୍ତି l ଦୀର୍ଘ ୨୨-୨୩ ବର୍ଷ ଧରି ବିନା ପଦୋନ୍ନତିରେ ତିନିଗୁଣ କାର୍ଯ୍ୟଭାର ବହନ କରି ନିଜର ସେବା ଜାରି ରଖିଥିବା ପ୍ରାଣିଚିକିତ୍ସକ ମାନେ ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ଦାବି ଗୁଡିକ ରଖିଛନ୍ତି ହେଲେ ସରକାର କର୍ଣପାତ କରୁନଥିବାରୁ ଓଡିଶା ପ୍ରାଣିଚିକିତ୍ସା ସେବା ସଙ୍ଘର ଡାକର ଆହ୍ୱାନ କ୍ରମେ ନୂଆପଡା ଜିଲ୍ଲା ପ୍ରାଣିଚିକିତ୍ସକ ମାନେ ଜାନୁୟାରି ୧୮ତାରଖରୁ ଦୀର୍ଘ ୧୩ ଦିନ ହେଲା ଆଜି ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହି ଧାରଣାରେ ବସିଛନ୍ତି । ଜିଲ୍ଲାରେ ସାମୁହିକ ୧୮ଜଣ ପ୍ରାଣିଚିକିତ୍ସକ ଥିବା ବେଳେ ଜିଲ୍ଲାର ୮ଗୋଟି ପ୍ରାଣିଚିକିତ୍ସାଳୟ ବିନା ପ୍ରାଣିଚିକିତ୍ସକରେ ଚାଲିଛି । ଜିଲ୍ଲାରେ ପ୍ରାଣିଚିକିତ୍ସକ ମାନେ ସାମୁହିକ ଛୁଟିରେ ରହିବା ଦ୍ବାରା ଜିଲ୍ଲାରେ ପ୍ରାଣିଚିକିତ୍ସା କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ମାନ ଦେଖିବାକୁ ମିଳୁଛି । ଯଥା ଇନ୍ସୁରାନ୍ସ ହୋଇଥିବା ଗୋରୁ ଗାଇ ମରିଗଲେ ତାର ବିମାରାଶି ପାଉନାହନ୍ତି । ସରକାରଙ୍କ ବିଭିନ୍ନ ସବସିଡି ଲାଇଭଲିହୁତ ସ୍କିମ ଯେଉଁଥିରେ କି ହିତାଧିକାରୀମାନେ ସରକାରୀ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ବହୁ ସଂଖ୍ୟାରେ ହିତାଧିକାରୀ ମାନେ ବଞ୍ଚିତ ହେଉଛନ୍ତି । ସଠିକ ଚିକିତ୍ସା ନପାଇ ରୋଗେlଣା ପଶୁପକ୍ଷୀ ଏବଂ ତାଙ୍କ ମାଲିକ ଚାଷୀକୁଳ ହଇରାଣ ହେଉଛନ୍ତି । ଜୁନୋଟିକ ରୋଗ ବ୍ୟାପିବାର ସମ୍ଭାବନା ଅଛି । ଆଗକୁ ସରକାର ଯଦି ଶିଘ୍ର ନ ଚେତନ୍ତି ତାହେଲେ ଆଗକୁ ପଶୁ ପକ୍ଷୀ ଙ୍କ ସହିତ ଚାଷୀ ଭାଇ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ଯାହାକି ସରକାର ପ୍ରାଣିଚିକିତ୍ସକ ମାନଙ୍କ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ପ୍ରାଣୀଚିକିତ୍ସା କ୍ଷେତ୍ରରେ ତଥା ଚାଷୀକୁଳରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ପ୍ରାଣିଚିକିତ୍ସକ ମାନେ ସରକାର ଙ୍କ ପାଖରେ ୪ଦଫା ଦାବି ନେଇ ସାମୁହିକ ଛୁଟିରେ ରହି ଧାରଣରେ ବସିଛନ୍ତି ଉକ୍ତ ଦାବୀ ଗୁଡିକ ହେଲା ୧- ପ୍ରାଣିଚିକିତ୍ସା ସେନା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ଘଣ୍ଟା ସେବା ବ୍ୟବସ୍ତl, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣିମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି । ୨-ଓଡ଼ିଶାର ପ୍ରାଣିଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନିତି (ବି.ଏ.ସି.ପି) ସୁବିଧା । ୩-ଓଡିଶାର ପ୍ରାଣିଚିକିତ୍ସକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ପ୍ରାଣିଚିକିତ୍ସକ ମାନଙ୍କ ହାରରେ ଏନ.ପି.ଏ ପ୍ରଦାନ କରାଯାଉ । ୪-ରାଜ୍ୟରେ ପ୍ରାଣି ଗଣନା ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ସୃଷ୍ଟି ଓ କ୍ୟାଡର ପୁନଃ ଗଠନ କରାଯାଉ । ଏହି ଚାରିଗୋଟି ପ୍ରମୁଖ ଦାବି ନେଇ ପ୍ରାଣିଚିକିତ୍ସକ ମାନେ ସାମୁହିକ ଛୁଟିରେ ରହି ଧାରଣାରେ ବସିଛନ୍ତି । ସରକାର ତାଙ୍କ ଦାବି ନ ଶୁଣିବା ପର୍ଯ୍ୟନ୍ତ ସାମୁହିକ ଛଟିରେ ରହି ଧାରଣରେ ବସିବେ ବୋଲି ଅଡ଼ି ବସିଛନ୍ତି । ଏହି ପରିପେକ୍ଷିରେ ଜିଲ୍ଲାର ପ୍ରାଣିଚିକିତ୍ସକ ଡ. ଏସ. ପି. ସିଂ ବରିହା, ଡ଼. ରୁଦ୍ରନାରାୟଣ ସାହୁ ଡ଼. କେ ପାର୍ଥସାରଥି ଦୋରା, ଡ.ବାଳକୃଷ୍ଣ ଦ୍ୱିବେଦୀ, ଡ଼. କିଶୋର କୁମାର ସାହୁ, ଡ଼. ସୁଧାଂଶୁ ସେଖର ବାରିକ, ଡ଼. ଅମୀୟ କୁମାର ସାହା, ଡ଼. ସଂଗ୍ରାମ କେଶରୀ ବେହେରା, ଡ଼. ସତ୍ୟ ନାରାୟଣ ବାରିକ, ଡ. ବିକାଶ ଭୋଇ, ଡ.ନାରାୟଣ ପ୍ରସାଦ ମିଶ୍ର. ଡ଼. କୃଷ୍ଣ ଚନ୍ଦ୍ର ମଲ୍ଲିକ, ଡ଼. ଶଶ୍ମିତା ବିଶ୍ବାଳ, ଡ଼. ରଞ୍ଜନ ମୟୀ ଶବର, ଡ଼. ପ୍ରତିଭା ମାଝୀ, ଐଶରୀୟl ପ୍ରିୟଦର୍ଶନୀ ପୁଜାରୀ, ଡ.ହେମଲତା ମେହେର, ଡ଼. ଶିବାନୀ ସୋନି ପ୍ରମୁଖ ଉପସ୍ଥିତ ରହି ଧାରଣାରେ ବସିଛନ୍ତି । ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ