ଥୁଆ ମୂଳ ରାମପୁର ରେ ସଡକ ଦୁର୍ଘଟଣା ବଢୁଛି ମଦ୍ୟପାନ କରି ଗାଡ଼ି ଚଳାନା ମୁଖ୍ୟ କାରଣ ,
ଥୁଆ ମୂଳ ରାମପୁର ୧୩!୩( ପିଏନ ଏସ) କଳାହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ଅଞ୍ଚଳ ରେ ପ୍ରତ୍ୟେକ ଦିନ ଛୋଟ ବଡ ସଡ଼କ ଦୁର୍ଘଟଣା ଘୋଟି ଚାଳୁଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଭୟର ପରିବେଶ ସୃଷ୍ଟି ହୋଇଛି। ବିଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାନା କରିବା ଘଟଣା ବଢିବାରୁ ଏହା ଲୋକଙ୍କ ପାଇଁ କାଳ ସାଜିଥିବା ଅଭିଯୋଗ ହେଉଛି। ପ୍ରାୟ ସମୟରେ ଦୁର୍ଘଟଣା ଘଟି ଲୋକମାନେ ଆହାତ ହେଉଥିବା ସହ ଅନେକ ମୂଲ୍ୟବାନ ଜୀବନ ମଧ୍ୟ ନଷ୍ଟ ହେଉଛି। ଅଞ୍ଚଳ ବାସୀ ଙ୍କ କହିବା ଅନୁଯାୟୀ ଥୁଆ ମୂଳ ରାମପୁର ପୋଲିସ ପ୍ରଶାସନ କେବଳ ହେଲମେଟ ଜାଞ୍ଚ କରି ନିଜ କର୍ତ୍ତବ୍ୟ ସମାପ୍ତ କରୁଥିବା ଦେଖାଯାଇଛି କିନ୍ତୁ ଏଦିଗରେ କୈାଣସି ବଡ ପଦକ୍ଷେପ ଗ୍ରହଣ କରୁନି ଥୁଆ ମୂଳ ରାମପୁର ପୋଲିସ ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୋଲିସ ଓ ଅବକାରୀ ବିଭାଗ ଙ୍କ ଦାଇତ୍ୱ ହିନତା ଯୋଗୁଁ ଆଜି ଏହି ଅଞ୍ଚଳରେ ଚାରିଚକିଆ ଯାନ ଠାରୁ ଆରମ୍ଭ କରି ବାଇକ୍ ସମେତ ବିଭିନ୍ନ ଗାଡ଼ି ଗୁଡ଼ିକ ଦୁର୍ଘଟଣା ଘଟି ଏଥିରେ ଚାଳକ ଙ୍କ ସମେତ ଯାତ୍ରୀ ମାନଙ୍କ ଜୀବନ ଚାଲିଯାଉଛି। ଅଞ୍ଚଳରେ ଛତୁ ଫୁଟିଲା ଭଳି ଅନେକ ସ୍ଥାନରେ ମଦ ବିକ୍ରି ହେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ଖୋଲା ମେଳା ଭାବରେ ମଦ ବିକ୍ରି ଚାଳିଛି ହେଲେ ମଦ ବେପାରୀ ଓ ଅବକାରୀ ବିଭାଗ ଭିତରେ ମଧୁ ଚନ୍ଦ୍ରିକା ରହିବା ଯୋଗୁଁ ମଦ ବିକ୍ରି ରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି। ଯାହାଫଳରେ ଗ୍ରାମାଞ୍ଚଳ ର ଯୁବପିଢି ମାନେ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାନା କରୁଥିବା ରୁ ଏମାନେ ଅନେକ ସମୟରେ ଦୁର୍ଘଟଣା ର ଶିକାର ହୋଇ ଜୀବନ ମରଣ ସହ ସଂଘର୍ଷ କରିଥାନ୍ତି। ଏଠାକାର ଅଞ୍ଚଳ ବାସୀ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ର କାର୍ଯ୍ୟ କଳାପ ଉପରେ ଆଉ ଭରସା ରଖି ପାରୁ ନାହାନ୍ତି। ଏଥିପ୍ରତି ଥୁଆ ମୂଳ ରାମପୁର ପୋଲିସ ଓ ଅବକାରୀ ବିଭାଗ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦେଇ ମଦ୍ୟପାନ କରି ଗାଡ଼ି ଚଳାନା ଉପରେ ଓ ଅବୈଧ ମଦ ବିକ୍ରି ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି।
କଳାହାଣ୍ଡି ଜିଲ୍ଲା ଅତିରିକ୍ତ ପ୍ରତିନିଧି ମିଥୁଳା ନାଏକ ଙ୍କ ରିପୋର୍ଟ ଫାଟ୍ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0