ତୁମୁଡିବନ୍ଧରେ ବୁଲିଲା ବୁଲ ଡୋଜର : ସରକାରୀ ଜମି ଜବରଦଖଲ ଅଭିଯୋଗ ରେ ୬ଟି ଘର ଭାଙ୍ଗିଲା ପ୍ରଶାସନ

Nov 21, 2025 - 22:36
 0  2
ତୁମୁଡିବନ୍ଧରେ ବୁଲିଲା ବୁଲ ଡୋଜର : ସରକାରୀ ଜମି ଜବରଦଖଲ ଅଭିଯୋଗ ରେ ୬ଟି ଘର ଭାଙ୍ଗିଲା ପ୍ରଶାସନ

କନ୍ଧମାଳ: (ଫାଷ୍ଟ ନ୍ୟୁଜ ଓଡିଶା): ରାଜ୍ୟରେ ନୂତନ ସରକାର ଗଠନ ପରେ ସମଗ୍ର ଓଡିଶାରେ ସରକାରୀ ଜମି ଜବରଦଖଲକାରି ଙ୍କ ଉପରେ କଡା ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଦୋଳଗୋବିନ୍ଦ ସାହୁ ଙ୍କ ନେତୃତ୍ୱରେ ସରକାରୀ ଜମି ଜବରଦଖଲ କରିଥିବା ଜବରଦଖଲ କାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶୁକ୍ରବାର ତୁମୁଡିବନ୍ଧ ବ୍ଲକ ର ଆମ୍ବେଦକର ଛକ ନିକଟରେ ୫୯ ନଂ. ଜାତୀୟ ରାଜପଥ କୁ ଲାଗି ରହିଥିବା ୬ ଟି ମାଟି ଘରକୁ ଉଛେଦ କରିଥିବା ଜଣାପଡିଛି | ସୂଚନା ଯୋଗ୍ୟ ଯେ, ଉକ୍ତ ଅଞ୍ଚଳ ରେ ଏକ କଲ୍ୟାଣୀ ମଣ୍ଡପ ନିର୍ମାଣ ଓ ଗ୍ରାମର ଉନ୍ନତି କରଣ ନିମନ୍ତେ ଦମକଳ ବାହିନୀ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗ ରେ ଉକ୍ତ ୬ଟି ଘର ଉପରେ ବୁଲଡୋଜର ଚଳାଇ ଭାଙ୍ଗିଦିଆଯାଇଛି l ଏହି ଅଞ୍ଚଳରେ ତୃତୀୟ ଥର ପାଇଁ ବୁଲଡୋଜର ଚାଲୁଥିବା ଦେଖି ଜବରଦଖଲ କାରୀଙ୍କ ମନରେ ଛନକା ପଶିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏକାଧିକ ଜବର ଦଖଲ କରି ରହିଥିବା ଘର ଗୁଡିକୁ ଉଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ସାହୁ ପ୍ରକାଶ କରିଛନ୍ତି l ଏଭଳି ଉତ୍ତମ କାର୍ଯ୍ୟ ପାଇଁ ତୁମୁଡିବନ୍ଧ ଅଞ୍ଚଳବାସୀ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ