ତିଜିମାଳିର ଖଣି ଖନ ନ ପାଇଁ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ମାରକ ପତ୍ର

Feb 16, 2025 - 15:39
 0  12
ତିଜିମାଳିର ଖଣି ଖନ ନ ପାଇଁ   ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ  ଦେଲେ ସ୍ମାରକ ପତ୍ର

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ୨୪ ଗୋଟି ପଞ୍ଚାୟତରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଗ୍ରାମ ଅଛି l ଏହା ଏକ ଦୁର୍ଗମ ଅଞ୍ଚଳ ଭାବେ ପରିଚୟ l ଦୁର୍ଗମ ଅଞ୍ଚଳ ବିକାଶ, ଉର୍ନ୍ନତି ସକାଶେ, ସମାଜ କଲ୍ୟାଣ ଭୋଳି ଅନେକ ସମସ୍ୟା ଦୂର ହେବ ବୋଲି ପ୍ରାୟ କୋଡିଏ ହଜାର ରୁ ଉଦ୍ଧ ବିସ୍ଥାପିତ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ଲାଲ ବାହାଦୂର ଷ୍ଟାଡିଅମ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦ ଯାତ୍ରା କରି ଥିବା ବେଳେ ତିଜିମାଳୀ ତୁରନ୍ତ ଖଣି ଖନନ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଆମ ଅଞ୍ଚଳରେ ଆଗାମୀ ଦିନରେ ଯଦି ଖଣି ଖନନ ହେଲେ ଆମ ଅଞ୍ଚଳର ଉନ୍ନତି ହେବା ସହ ବେକାରି ସମସ୍ୟା ଦୂର ହେବ l ତେଣୁ ଆମ୍ଭେ ୧୫,୦୦୦ ରୁ ଉଦ୍ଧ ଲୋକଙ୍କ ଦସ୍ତଖତ କରି ତିଜିମାଳି ଖଣି ଖନନ ପାଇଁ ମୈତ୍ରୀ କମ୍ପାନୀ କୁ ସମର୍ଥନ କରୁଅଛୁ । ବର୍ତମାନ ସମୟରେ ମାସକୁ ପ୍ରାୟ ୧୦ ହଜାର ରୁ ଉଦ୍ଧ ପରିବାର ସିଧା ସଳଖ ଆର୍ଥିକ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଓ ଧାର୍ମିକ କ୍ଷେତ୍ର ରେ ପ୍ରାୟ ୪୫ ରୁ ଉଦ୍ଧ ଆମ ଅଞ୍ଚଳରେ ମନ୍ଦିର ନିର୍ମାଣ କରାଯାଉ ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ମୈତ୍ରୀ କମ୍ପାନୀ ତରଫରୁ କରାଯାଉଅ ଛି । ସିଜିମାଳି ଖଣି ଖନନ ଯଥାଶୀଘ୍ର ଆରମ୍ଭ କରାଯାଉ, ଆଉ କିଛି ବାହାରିଆ ଲୋକ ଆସି ଆମ୍ବ ନିରୀହ ଆଦିବାସୀ ଲୋକ ମାନଙ୍କୁ ତାଙ୍କ ସ୍ବାର୍ଥ ପାଇଁ କମ୍ପାନୀ କୁ ବିରୋଧ କରିବାକୁ ଉସ୍କାଉ ଛନ୍ତି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ତିଜିମାଳୀ ପ୍ରଭାବିତ ଅଞ୍ଚଳ ବାସୀ ଉପସ୍ଥିତ ରହି ଜିଲ୍ଲା ପାଳଙ୍କୁ ତିଜିମାଳି ଖଣି ଖନନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ