।। ତିଖାଲି ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ।।

Jul 31, 2024 - 20:19
 0  15
।। ତିଖାଲି ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ।।

ନୂଆପଡ଼ା ଜିଲ୍ଲା ଖଡିଆଳ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛନ୍ତି । ବୁଧବାର ଦୁଇ ଗୋଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଇଥିବା ବେଳେ ଗେଟ୍ ନମ୍ୱର୍ ୩ ଓ ୬ ଖୋଲା ଯାଇଥିଲା । ଜଳ ନିଷ୍କାସନ ବେଳେ ତିଖାଲି ଜଳ ସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭତ୍ରା, ଜିଲ୍ଲା ପ୍ରଶାସନ ପକ୍ଷ୍ରୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ, ଖଡିଆଳ ବିଡ଼ିଓ ବିର ବେହେରା, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଖଡ଼ିଆଳ ପାଣି ପଞ୍ଚାୟତ କମିଟି କୋଷାଧ୍ୟକ୍ଷ ମାନବିନ୍ଦ୍ର ସିଂ ବାରିକ, ମାଁ ଗାୟତ୍ରୀ ଜଳ ଆବଣ୍ଟନ କମିଟି ସଭାପତି ଶ୍ରୀରାମ ସମେନ୍ଦ୍ର ସିଂହ, ସମ୍ପାଦକ ସୁଶାନ୍ତ କୁମାର ବିଶି ପ୍ରମୁଖ ଉପସ୍ଥିତି ଥିଲେ । ଅନ୍ୟ ଲଘୁଚାପ ହେବା ପୂର୍ବାନୁମାନ ଥିବାରୁ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଡେମ ରୁ ଜଳ ନିଷ୍କାସିତ ହେଉଅଛି । ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡେମ ପ୍ରତି ସେକେଣ୍ଡରେ ୯୮ କିୟୁବିକ ସେଟ୍ ଜଳ ନିଷ୍କାସନ ହେଉଥିବା ବେଳେ ଡେମ ଜଳରାଶିରେ ୨୬୩.୪୪ ମିଟର ଜଳ ରହିଅଛି। ଜଳ ରାଶିରେ ୨୭୧.୬୪୫ ମିଲିୟନ କିୟୁବିକ ମିଟର ଜଳ ରହିଅଛି ।

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ