।। ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା:ସାତ ଦିନ ପରେ ଗାଁକୁ ଫେରିଲା ମୃତଦେହ ।।

Sep 5, 2024 - 23:46
 0  15
।। ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା:ସାତ ଦିନ ପରେ ଗାଁକୁ ଫେରିଲା ମୃତଦେହ ।।

ଲାଞ୍ଜିଗଡ (ଖବର )ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଦିନକୁ ଦିନ ଦାଦନ ସମସ୍ୟା ଥମିବାର ନା ନେଉନାହିଁ l ଲାଞ୍ଜିଗଡ ଅଞ୍ଚଳରେ ବିଭିନ୍ନ ସମୟରେ ଦାଦାକୁ ନେଇଁ ସମାଲୋଚନା ଜାରି ରହି ଥିବା ବେଳେ ଏବେ ପୁଣି ଦାଦନ ଶ୍ରମିକଙ୍କ ମୃତକୁ ନେଇଁ ଆଲୋଚନା ଜୋରଧରିଛି l ମିଳିଥିବା ସୂଚନା ଅନୁସାରେ ତାମିଲନାଡୁ ତ୍ରିପୁର ଠାରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ଦାଦନ ଶ୍ରମିକ ଜଣକ ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁର ସହଦେଵ ହରିଜନ (୨୮)ବୋଲି ଜଣାପଡିଛି l ଗତ ଏକ ବର୍ଷ ତଳେ ପରିବାର ଭରଣପୋଷଣ ପାଇଁ ତାମିଲନାଡୁ ତ୍ରିପୁରର ଏକ ଘରୋଇ କ୍ରସର କମ୍ପାନୀରେ ଦାଦନ ଶ୍ରମିକ ଭାବେ କାମ କରି ଆସୁଥିଲେ ହେଲେ ଗତ ଅଗଷ୍ଟ ମାସ ୨୯ ତାରିଖ ଗୁରବାର ବିଳମ୍ବିତ ରାତିରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା l ପରିବାର ଲୋକେ ଖବର ପାଇ ମର ଶରୀରକୁ ଜନ୍ମମାଟି ଦୋରସାର୍ଲି ଗାଁକୁ ଆଣିବା ପାଇଁ ପ୍ରଥମେ ଶ୍ରମ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ l ଜଣାଇଲା ପରେ ମଧ୍ୟ୍ୟ ମୃତ ଶ୍ରମିକଙ୍କ ମର ଶରୀର ଗାଁକୁ ଆସି ପାରିନ ଥିଲା l ପୁଣି କଳାହାଣ୍ଡି ଜିଲ୍ଲାପାଳ ଓ ପରେ କଳାହାଣ୍ଡି ସାଂସଦ ମାଳବିକା ସିଂ ଦେଓଙ୍କୁ ଗୁହାରି କରିଥିଲେ ପରିବାର ଲୋକେ l କଳାହାଣ୍ଡି ସାଂସଦଙ୍କ ହସ୍ତକ୍ଷେପ ପରେ ମୃତ ଶରୀର ୭ଦିନ ପରେ ନିଜ ଜନ୍ମମାଟି ଦୋରାସାର୍ଲି ଗାଁକୁ ପହଞ୍ଚିଥିଲା l ମୃତ ଶରୀର ପହଞ୍ଚିଲା ପରେ ଗାଁରେ ଶୋକାକୁଳ ପରିବେଶ ଉପୁଜିଥିଲା l ତେବେ ଦୈନଦିନ ଲାଞ୍ଜିଗଡ ଅଞ୍ଚଳରେ ଦାଦନ ମୃତ୍ୟୁ ହାର ବୃଦ୍ଧି ପାଉଥିବା ବେଳେ ଶ୍ରମ ବିଭାଗର ନିଘା ରହୁ ନ ଥିବା ନେଇଁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି l ଲାଞ୍ଜିଗଡ ଅଞ୍ଚଳରେ ସଦାସର୍ବଦା ଦାଦନ ଶ୍ରମିକ ସମସ୍ୟା ଲାଗି ରହିଥିବା ବେଳେ ବିଭାଗ କିନ୍ତୁ ନିରବ ରହୁଥିବା ନେଇଁ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି l ଭୋଟ ସମୟରେ ଅନେକ ନେତା ମନ୍ତ୍ରୀ ଲୋକଙ୍କ ପାଖକୁ ପହଞ୍ଚି ଅନେକ ପ୍ରତିଶୃତି ଦେଇ ଥାନ୍ତି କିନ୍ତୁ ଜଣେ ଦାଦନ ଶ୍ରମିକ ବାହାର ରାଜ୍ୟରେ ମୃତ୍ୟୁ ଘଟିଲା କିନ୍ତୁ ନେତା, ମନ୍ତ୍ରୀଙ୍କୁ ଗୁହାରି କଲାପରେ ମଧ୍ୟ୍ୟ ନେତା ମନ୍ତ୍ରୀ ଧରାଛୁଆଁ ଦେଲେନି ବୋଲି ମୃତକଙ୍କ ପରିବାର ମତପ୍ରକାଶ କରିଛନ୍ତି l ଜଣେ ଗରିବ ଦାଦନ ଶ୍ରମିକଙ୍କ ମୃତ ଦେହ ମୃତ୍ୟୁର ସାତ ଦିନ ପରେ ଗାଁକୁ ପହଞ୍ଚି ଥିବା ବେଳେ ଦାଦନ ଉପରରେ ନେତା ମନ୍ତ୍ରୀଙ୍କ କାହାରି ପାଟିରୁ ଶବ୍ଦଟିଏ ବାହାରି ପାରୁନଥିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ତେବେ ପରିବାର କହିଲେ ସ୍ତ୍ରୀ, ଓ ଏକ ବର୍ଷ ପୁଅ ସମେତ ସାନ ଭାଇ ସମୀର କୁ ଝାଡ଼ି ଦେଲେ ନିଜର ବୋଲି କେଇଁ ନ ଥିବା ବେଳେ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସ୍ଥିତି ବାଧକ ସାଜୁଛି l ତେବେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆର୍ଥିକ ସହଯୋଗ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଗୁହାରି କରିଛନ୍ତି l ତେବେ ଲାଞ୍ଜିଗଡର ପରିଚୟ କେବଳ ଦାଦନ ଅଞ୍ଚଳ ପରିଚୟ ଭିତରେ ରହିବ ନା ଅଞ୍ଚଳର ଭାଗ୍ୟ ପରିବର୍ତନ ହେବ ତାହା ଦେଖିବାକୁ ବାକି ରହିଲା l

ଲାଞ୍ଜିଗଡ଼ ରୁ ସାଗର ବେନାଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ