।। ଡାକ ବିଭାଗ ତରଫରୁ ଜାତୀୟ ସତର୍କତା ସଚେତନତା ସପ୍ତାହ ପାଳିତ ।।

Nov 2, 2024 - 17:21
 0  30
।। ଡାକ ବିଭାଗ ତରଫରୁ ଜାତୀୟ ସତର୍କତା ସଚେତନତା ସପ୍ତାହ ପାଳିତ ।।

ବାରିପଦା - ତା:- 0୨.୧୧.୨୪ ରିଖ ମୁଖ୍ୟ ସତର୍କତା ଆୟୁକ୍ତ ଙ୍କ ନିର୍ଦେଶ କ୍ରମେ ଗତ ଅକ୍ଟୋବର ୨୮ ରୁ ଆରମ୍ଭ ହୋଇଥିବା ଜାତୀୟ ସତର୍କତା ସଚେତନତା ସପ୍ତାହର ଆଜି ପଞ୍ଚମ ଦିବସରେ ମୟୁରଭଞ୍ଜ ଡାକ ମଣ୍ଡଳ ଅଫିସ ତରଫରୁ ଏକ ବିଶାଳ ୱାକାଥନ ର ଆୟୋଜନ କରାଯାଇଥିଲା l ଏହି ୱାକାଥନରେ ଡାକ କର୍ମଚାରୀଙ୍କ ସମେତ ସାଧାରଣ ଜନତା ମଧ୍ୟ ଭାଗ ନେଇଥିଲେ l ମୟୁରଭଞ୍ଜ ଡାକ ମଣ୍ଡଳର ଅଧିକ୍ଷକ ବସନ୍ତ କୁମାର ସିଂହ ଏବଂ ବାରିପଦା ଭିଜିଲାନ୍ସ ଅଫିସର ପୋଲିସ ସହ ଅଧିକ୍ଷକ ହରେକୃଷ୍ଣ ମାଝୀ ମିଳିତ ଭାବରେ ଏହି ୱାକାଥନକୁ ଶୁଭାରମ୍ଭ କରିଥିଲେ l ଏବର୍ଷର ବାର୍ତ୍ତା " ସତ୍ୟ ଏବଂ ନିଷ୍ଠାର ସଂସ୍କୃତିରେ ରାଷ୍ଟ୍ରର ସମୃଦ୍ଧି" କୁ ନେଇ ସାନ୍ତାଳୀ ଭାଷାରେ ରଚିତ ଗୀତରେ ସ୍ଥାନୀୟ ଆର୍ଟ ଏବଂ କ୍ରାଫ୍ଟର କଳାକାର ମାନଙ୍କ ଦ୍ୱାରା ପଥ ପ୍ରାନ୍ତ ନୃତ୍ୟ ପରିବେଷଣ କରାଯାଇଥିଲା l ୱାକାଥନ ବଡବଜ଼ାରରୁ ଆରମ୍ଭ ହୋଇ ମୁଖ୍ୟ ମାର୍କେଟ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, କଚେରୀ ମାର୍କେଟ ହୋଇ ମହାରାଜା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପାଖରେ ଶେଷ ହୋଇଥିଲା lଡାକ ସହ-ଅଧିକ୍ଷକ ପ୍ରଣବ କୁମାର ମିଶ୍ର, ଡାକ ନିରୀକ୍ଷକ କୁଶାଲ ମହାଲିଙ୍କ ସମେତ ବିଭୁଦତ୍ତ ସାହୁ, ଅନିରୁଦ୍ଧ ମହାପାତ୍ର, ମନୋଜ କୁମାର ମହାନ୍ତ, ସୁଶାନ୍ତ ବେହେରା, ଚନ୍ଦ୍ରଶେଖର ମହାନ୍ତି, କୌଶିକ ଆଢ୍ୟ, ଶ୍ରୀଧର ସେଠୀ, ଗୋପାଳ ବେହେରା, ରତନ ହେମ୍ବ୍ରମ, ନୟନ ରଞ୍ଜନ ସାହୁ, ତପେଶ୍ୱର ମିଶ୍ର, ସେକ ଅବଦୁଲ ମୁସ୍ତାକିନ, ରବିନାରାୟଣ ମହାନ୍ତ, ଲବଣ୍ୟେନ୍ଦୁ ମହାନ୍ତି,ସଞ୍ଜୟ ଦାସ ପ୍ରମୁଖ ଏହି ୱାକାଥନକୁ ପରିଚାଳନାରେ ସହଯୋଗ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ