ଝିଟିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

Dec 20, 2024 - 18:59
 0  12
ଝିଟିକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ନୂଆପଡ଼ା : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝିଟିକି ଠାରେ ତା-୨୦-୧୨-୨୦୨୪ ଶୁକ୍ରବାର ଦିନ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ ଙ୍କ ସଭାପତିତ୍ୱରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଡ.ଉମାକାନ୍ତ ଭୋଇ, ସମ୍ମାନିତ ଅତିଥି ଭାବରେ ଶ୍ରୀ ବଳରାମ ଚନ୍ଦ୍ରକାର, ଶ୍ରୀ ଡିଗେଶ୍ୱର ପାଣ୍ଡେ, ଶ୍ରୀ ପରମେଶ୍ବର ପାଣ୍ଡେ,,ଶ୍ରୀ ଭାରତ ପାଣ୍ଡେ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟସଦସ୍ୟାମାନେ ଯୋଗ ଦେଇ କ୍ରୀଡ଼ା ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସ ମାଧ୍ୟମରେ ଆଗକୁ ବଢ଼ିବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଶ୍ରୀ ଟୋପରାମ ବରିହା ପରିଚାଳନା କରିଥିଲେ । କ୍ରୀଡା ପ୍ରତିଯୋଗିତାର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଆନନ୍ଦ ପାତ୍ର, ଶ୍ରୀ ଓମକାର ପାଣ୍ଡେ, ଶ୍ରୀ ରଞ୍ଜନ କୁମାର କୁଅଁର ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଶକୁନ୍ତଳା କୁର୍ରେ ସହଯୋଗ କରିଥିଲେ ।ପରିଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଓମକାର ପାଣ୍ଡେ ଧନ୍ୟବାଦ ଅର୍ପଣ କରି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବକୁ ସାଙ୍ଗ ଘୋଷଣା କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ