" ଝିଅ ପାଇଁ ଗଛଟିଏ " ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ"

Feb 17, 2025 - 21:38
 0  11
" ଝିଅ ପାଇଁ ଗଛଟିଏ " ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ"

କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଜିଲ୍ଲାପାଳ l ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାରେ "ଝିଅପାଇଁ ଗଛଟିଏ" ସହିତ "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l କୋମନା ପଞ୍ଚାୟତ ସମିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପରେ ମାନିଗୁଡ଼ା ଗ୍ରାମ ପଞ୍ଚାୟତର ଗନିଆରି ଗ୍ରାମର ପିତା କୈଳାସ ପୁଞ୍ଜି, ମାତା ସୁଭାଷିନୀ ବଞ୍ଛୋର୍ ଏବଂ ନବଜାତକ ନିଶା ପୁଞ୍ଜିଙ୍କ ଘରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପହଞ୍ଚିଥିଲେ l କନ୍ୟା ସନ୍ତାନକୁ କୋଳରେ ଧରି ଜିଲ୍ଲାପାଳ ଆଶିର୍ବାଦ ପ୍ରଦାନ କରିଥିଲେ l ଝିଅର ବାପା ମା କେକ୍ କାଟି ଏବଂ ମିଠା ବାଣ୍ଟି ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ l ଏହା ସହିତ ଆଜି "ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ" ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ ଜିଲ୍ଲାପାଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରତି ସୋମବାର ଦିନ ଏକ ଗର୍ଭବତୀ ମହିଳାଙ୍କୁ ପୌଷ୍ଟିକ ଆହାର ଦେଇ ସମ୍ବର୍ଦ୍ଧିତ କରାଯିବ l ଏଠାରେ ହେମଲତା ମାଝୀ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ମାଣ୍ଡିଆ କେକ୍ ଦେଇ ପ୍ରଥମରେ ଜିଲ୍ଲାପାଳ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଗର୍ଭବତୀ ନାରୀ ମାନଙ୍କୁ ପରିବାରରେ ଉତ୍ତମ ଖାଦ୍ୟ ଏବଂ ଉଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ମା ଏବଂ ଗର୍ଭସ୍ଥ ଶିଶୁ ର ସମୁଚିତ ଯତ୍ନ ନେବା l ଏହାଦ୍ବାରା ଜିଲ୍ଲାରେ ମାତୃ ଏବଂ ଶିଶୁ ମୃତ୍ୟୁ ହାର ଶୂନ୍ୟ ହେଵ l ଏହାପରେ ନବ ଜାତକ କନ୍ୟା ସନ୍ତାନର ପିତାମାତାଙ୍କୁ ଜିଲ୍ଲାପାଳ ବୃକ୍ଷ ରୋପଣ କରାଇଥିଲେ l ଏଠାରେ ଝିଅ ଆମର କନ୍ୟା ରତନ କହି "ଝିଅ ପାଇଁ ଗଛଟିଏ" ସ୍ଳୋଗାନ ଦେଇଥିଲେ l ଝିଅର ନାମ ନିଶା ସହିତ ଜିଲ୍ଲାପାଳ ବୃକ୍ଷର ନାମ ଆଶା ରଖିଥିଲେ ଏବଂ ଗନିଆରୀଗାଁ ରୁ ନାରୀ ସଶକ୍ତି କରଣର ନୂତନ ମୂଳଦୁଆ ପଡ଼ିଲା ବୋଲି ଘୋଷଣା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ୍ ଖାନ୍ ଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, କୋମନା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜୟଦେବ ପ୍ରଧାନ, ସରପଞ୍ଚ ଯୋଗେନ୍ଦ୍ର ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମନ୍ତ ପୁଟା, ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ଜିଲ୍ଲାପାଳଙ୍କ ଏହି ନୂତନ ଚିନ୍ତାଧାରା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ସହିତ, ଗର୍ଭବତୀ ମାର ଯତ୍ନ ଏବଂ ପରିବେଶ ସୁରକ୍ଷା ଦିଗରେ ଏକ ଅଭିନବ ପଦକ୍ଷେପ ହେବ ବୋଲି ଜନସାଧାରଣ ଆଶା ପ୍ରକାଶ କରିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥଲା l ଏଥିପାଇଁ ସମଗ୍ର ଗାଁ ଉତ୍ସବ ମୁଖର ହୋଇ ଉଠିଥିଲା l ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ