।। ଜୟପାଟଣା ତହସିଲ ତରଫରୁ ମୋ ଜଙ୍ଗଲଜମି ଅଧିକାର ର ପଟ୍ଟା ବଣ୍ଟନ ।।

Aug 20, 2024 - 18:45
Aug 20, 2024 - 20:21
 0  237
।। ଜୟପାଟଣା ତହସିଲ ତରଫରୁ ମୋ ଜଙ୍ଗଲଜମି ଅଧିକାର ର ପଟ୍ଟା ବଣ୍ଟନ ।।

ତା- ୨୦/୦୮/୨୦୨୪-ଫାଷ୍ଟ ନ୍ୟୁଜ ଓଡ଼ିଶା (କଳାହାଣ୍ଡି-ଅତିରିକ୍ତ ଜିଲ୍ଲା ପ୍ରତିନିଧି-ବାବୁଲି ହରିଜନ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ର ତହସିଲ କାର୍ଯ୍ୟାଳୟ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କୁ ଚିହ୍ନଟ କରି ମୋ ଜଙ୍ଗଲ ଜମି ଅଧିକାର, ଦାଖଲ କରିଥିବା ଜଙ୍ଗଲ ଜମିର ଶିରୋନାମା ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଲୋକମାନେ ପାରମ୍ପରିକ ଭାବରେ ୨୦୦୬ ମସିହା ପୂର୍ବରୁ ଦାଖଲ କରି ଚାଷ କରୁଥିବା ସମୟର ଜମିଗୁଡ଼ିକର ଚିହ୍ନଟ ହେଇ ଦଖୋଲ କାରୀଙ୍କୁ ସରକାର ତରଫରୁ ଉକ୍ତ ଜମିର ମାଲିକାନା ସାବ୍ୟସ୍ତ କରିଛନ୍ତି । ଏହି ଜମି ବିକ୍ରୟ ପାଇଁ ଉପଲବ୍ଧ ନୁହେଁ କେବଳ ନିଜ ଜମି ନିଜ ପାଖରେ ରହିବା ପାଇଁ ମଧ୍ୟ ସରକାର ଏକ ଆଇନ ବ୍ୟବସ୍ଥା କରିଛନ୍ତି । ଜୟପାଟଣା ତହସିଲ କାର୍ଯ୍ୟାଳୟ ରେ ତହସିଲଦାର- ରଘୁନାଥ ମୁଣ୍ଡାରୀ , ଡି.ସି. ପ୍ରଦାନ - ବ୍ରଜକିଶୋର ଦାସ, ଏଫ୍.ଆର. ସମନ୍ଵୟକାରି - ହିମାଂଶୁ ମେହେର, ଏମ.ଆଇ.ଏସ.- ଇତିଶ୍ରୀ ତାଣ୍ଡି, କମ୍ମ୍ୟୁନିଟି ମୋବିଲାଇଜର- ବାବୁଲି ହରିଜନ ମିଳିତ ଭାବରେ ୨୦ ଜଣ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତର ଦଖଳ କାରିଙ୍କୁ ଶିରୋନାମା ବା ଜମି ପଟ୍ଟା ପ୍ରଦାନ କରିଥିଲେ ଫଳରେ ଜଙ୍ଗଲ ଜମି ଦାଖଲ କାରି ମାନେ ନିଜର ଶିରୋନାମା ପାଇ ଅତି ଆନନ୍ଦ ସହିତ ତହସିଲଦାର ତଥା ସମସ୍ତ କର୍ମଚାରୀ ଏବଂ ସରକାର ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 3
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ