।। ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ।।

Mar 8, 2024 - 21:05
 0  28
।। ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ।।

ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ କୁରୁମପୁରୀ ଗ୍ରାମ ସ୍ଥିତ ଶ୍ରୀ ସାଇ ଡିଗ୍ରୀ କଲେଜ ପରିସର ମଧ୍ୟରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷ ରୁ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ପକ୍ଷ ରୁ ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଅଧିକାରୀ ପ୍ରସନ୍ନ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଦେଶର ଯୁବ ଗୋଷ୍ଠୀ ଏକ ସୁସ୍ଥ ଏବଂ ସ୍ଥିର ସରକାର ଗଠନ ରେ ସାମ୍ବିଧାନିକ ଅଧିକାର କୁ ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିଲେ।ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗ ଦେଇଥିବା ବେଳେ କଲେଜ୍ ଅଧ୍ୟକ୍ଷ ଡ଼ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ନେସନାଲ କଲେଜ୍ ଅଧିକାରୀ ଶିବ ପ୍ରସାଦ ସା, କିଶୋର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଛାତ୍ର ଛାତ୍ରୀମାନେ ଯୋଗ ଦେଇ ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ନିଜକୁ ସଶକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ଜାତୀୟ ସ୍ୱେଚ୍ଛାସେବୀ ଭାରତୀ ଭୋଇ, ଅଞ୍ଜଳି ଶବର, ଭିଶାଖା ହରିଜନ, କବିତା ଶବର, ଭଞ୍ଜ କିଶୋରେ ନାୟକ, ପୁରୁଷୋତ୍ତମ ଶବର ପ୍ରମୁଖ ଯୋଗଦେଇଥିଲାବେଳେ ଯଶବନ୍ତ ଶବର କାର୍ଯ୍ୟକ୍ରମରେ ସହଯୋଗ କରିଥିଲାବେଳେ ନେହେରୁ ଯୁବ କେନ୍ଦ୍ର କର୍ମଚାରୀ ମୁକେଶ ପାଣ୍ଡେ ଧନ୍ୟବାଦ ଦେଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ