ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହ ରେ ପାଳିତ.

Apr 30, 2025 - 15:25
 0  25
ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହ ରେ ପାଳିତ.

ବାରିପଦା ତା ୩୦-୦୪-୨୦୨୫ ରିଖ. ଆଜି ପୂର୍ବାହ୍ନ ୧୦ ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ର ତତ୍ୱାବଧାନ ରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହ ରେ ପାଳିତ ହୋଇଯାଇଛି. ଉକ୍ତ ଜୟନ୍ତୀ ସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବେ ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ଶ୍ରୀ ଭାଗବତ ପଣ୍ଡା ଓ ସମ୍ମାନିତ ବକ୍ତା ଭାବେ ଶ୍ରୀ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କବି ଜୟ ଦେବଙ୍କ ଫୋଟୋ ଚିତ୍ରରେ ଭକ୍ତିପୂତ ମାଲ୍ୟାର୍ପଣ କରି ଏହାକୁ ଉଦଘାଟନ କରିଥିଲେ. ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କବି ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦମ ର ଶାବ୍ଦିକ, ମାର୍ମିକ ଓ ଧାର୍ମିକ ଦିଗ ର ମଧୁରତା ଓ ଚମତ୍କାରୀତା ବିଷୟରେ ପ୍ରତିପାଦନ କରି କାଳ ଜୟୀ କବି ଜୟଦେବ ଙ୍କ ଗୀତଗୋବିନ୍ଦମ ହେଉଛି ଓଡ଼ିଆ ସାହିତ୍ୟ ଜଗତ ରେ ଏକ ଅନବଦ୍ୟ ସୃଷ୍ଟି କାରଣ ଆଜିକୁ ଶହ ଶହ ବର୍ଷ ତଳେ ଓଡିଶା ରେ ଏପରି ଏକ କାବ୍ୟ ତାଙ୍କ ଦ୍ୱାରା ରଚିତ ହୋଇଥିଲା ଯାହାକି ଅତି ଉଚ୍ଚକୋଟିର ଓ ବିଶ୍ଵବିଦିତ. ଓଡ଼ିଆ ସାହିତ୍ୟ ଜଗତ ରେ ଗୀତ ଗୋବିନ୍ଦମ କେବଳ ଗୋଟିଏ କାବ୍ୟ ନୁହେଁ ବରଂ ଆମ ଓଡ଼ିଆ ମାନଙ୍କ ପାଇଁ ଏହା ଏକ ଗର୍ବ. ତେଣୁ ଆଜି ତାଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଶୁଭ ଅବସରରେ ଆମେ ସମସ୍ତେ ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସାହିତ୍ୟ କୁ ଉଦ୍ଜୀବିତ ରଖିବା ପାଇଁ ସଂକଳ୍ପ ବଦ୍ଧ ହେବା ସହ ଯୁବପିଢ଼ି ଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଯଥାଚିତ ପ୍ରୟାସ କରିବା ଯଦ୍ୱାରା ଆଗାମୀ ଭବିଷ୍ୟତ ରେ ଓଡ଼ିଆ ସାହିତ୍ୟ ବିଶ୍ୱ ଦରବାର ରେ ତାର ପରିଚୟ କୁ ଯୁଗ ଯୁଗ ଧରି ଅମ୍ଲାନ ଓ ଅକ୍ଷୁର୍ଣ୍ଣ ରଖିଚାଲିଥିବ.ସେହିପରି ସମ୍ମାନିତ ଅତିଥି ଶ୍ରୀ ମଲ୍ଲିକ କହିଥିଲେ ଯେ, କବି ଜୟଦେବ ଭକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଏବଂ ତା'ଙ୍କ ରଚିତ ଗୀତ ଗୋବିନ୍ଦ, ଶ୍ରୀରାଧା-କୃଷ୍ଣଙ୍କ ଉପରେ ଆଧାରିତ ଏକ ଭକ୍ତି ରସାତ୍ମକ କାବ୍ୟ, ଯାହାକି ବିଶ୍ୱବିଦିତ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଜୟଦେବ ଙ୍କ ରଚିତ କାବ୍ୟ ଗୀତଗୋବିନ୍ଦମ ର ବିଭିନ୍ନ ପଂକ୍ତି ଓ ଶ୍ଳୋକ କୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରି ୧୨ଟି ଅଧ୍ୟାୟ,୨୪ ଟି କାବ୍ୟ ଓ ୭୭ଟି ଶ୍ଳୋକ ସମ୍ବିଳିତ ଏହି କାବ୍ୟର ସୁନ୍ଦରତା, ମାଧୁର୍ଯ୍ୟତା, ଚମତ୍କାରିତା ବିଷୟରେ ଉଲ୍ଲେଖ କରି ଏହି କାବ୍ୟ କୁ ଆନ୍ତରିକ ଶ୍ରଦ୍ଧାର ସହିତ ପଠନ କଲେ ମାନବ ସମାଜ ତଥା ବ୍ୟକ୍ତି ବିଶେଷ ଙ୍କ ଜୀବନ ଚର୍ଯ୍ୟା ରେ ଏହାର ଉପାଦେୟତା ଓ ସକାରାତ୍ମକ ପ୍ରଭାବ ପଡିବ ବୋଲି ଉଲ୍ଲେଖ କରିଥିଲେ. ସମ୍ମାନିତ ବକ୍ତା ଶ୍ରୀ ନାୟକ କବି ଜୟଦେବଙ୍କ ଅଗାଧ ପାଣ୍ଡିତ୍ୟ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ, ସାହିତ୍ୟିକ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମା ଅମ୍ବିକା ସଂଗୀତ ସାଗର ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ଗୀତଗୋବିନ୍ଦମ ସଂଗୀତ ପରିବେଷଣ କରାଯାଇଥିଲା. ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ