ଜିଲ୍ଲା ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲଏସଡବ୍ଲୁସିଏ) ବୈଠକ ଜ଼ିଲ୍ଲାପାଳ, ନୁଆପଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

Dec 19, 2024 - 18:37
 0  18
ଜିଲ୍ଲା ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲଏସଡବ୍ଲୁସିଏ) ବୈଠକ ଜ଼ିଲ୍ଲାପାଳ, ନୁଆପଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଆଜି ଜିଲ୍ଲା ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲଏସଡବ୍ଲୁସିଏ) ବୈଠକ ଜ଼ିଲ୍ଲାପାଳ, ନୁଆପଡାଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜ଼ିଲ୍ଲାପାଳ , ଅଧିକ୍ଷଣ ଯନ୍ତ୍ରୀ (ଏନଆଇଡି), ଡିଭିଜନାଲ ହେଡ୍ (ଇଡକୋ),ଓଏସପିସିବି ପ୍ରତିନିଧୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଟିପିଡ଼ବ୍ଲୁ ଓଡିଏଲ), ଅଗ୍ରଣୀ ଜିଲ୍ଲା ପରିଚାଳ(ଏଲଡିଏମ), ଡିଆଇପିଏ ଟିମ୍, ସାଧାରଣ ପରିଚାଳକ, (ଜ଼ିଲ୍ଲା ଶିଳ୍ପକେନ୍ଦ୍ର), ନୁଆପଡା ଏବଂ ସ୍ୱସ୍ତିକ ଏଣ୍ଟରପ୍ରାଇଜ୍ରର ଜଣେ ନିବେଶକ ଯୋଗ ଦେଇଥିଲେ। ଏହି ବୈଠକରେ ଆରସିସି ପୋଲ, ପ୍ରିକାଷ୍ଟ ସ୍ଲାବ ଏବଂ ପେଭର ବ୍ଲକ୍ ଉତ୍ପାଦନ ନିମନ୍ତେ 1.3 କୋଟି ବିନିଯୋଗରେ ଏକ ୟୁନିଟ୍ ପ୍ରତିଷ୍ଠା ପାଇଁ ସ୍ୱସ୍ତିକ ଏଣ୍ଟରପ୍ରାଇଜ୍ରର ଏକ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଛି। ଏଥି ସହିତ ଜ଼ିଲ୍ଲାପାଳ ଏମଏସଏମଇ ପାର୍କ କାର୍ଯ୍ୟର ଅଗ୍ରଗତି ଏବଂ ତରବୋଡରେ ଏମଏସଏମଇ ପାର୍କରେ ଜମି ବଣ୍ଟନ ପାଇଁ ବିଚାରାଧୀନ ପ୍ରସ୍ତାବର ସମୀକ୍ଷା କରିଥିଲେ। ଚାଲୁଥିବା ସମସ୍ୟା ଏବଂ ଅଗ୍ରଗତିର ଆକଳନ କରିବାକୁ ସେ ସମ୍ପୃକ୍ତ ବିଭାଗଗୁଡିକ ଦ୍ୱାରା ମିଳିତ ଭାବରେ କ୍ଷେତ୍ର ପରିଦର୍ଶନ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ