ଜିଲ୍ଲା ରାଜସ୍ବ ଅଧିକାରୀ ତଥା ରାଜସ୍ୱ ସଂଗ୍ରହ ବୈଠକ ଅନୁଷ୍ଠିତ

Mar 7, 2025 - 19:28
 0  6
ଜିଲ୍ଲା ରାଜସ୍ବ ଅଧିକାରୀ ତଥା ରାଜସ୍ୱ ସଂଗ୍ରହ ବୈଠକ ଅନୁଷ୍ଠିତ

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀ ତଥା ରାଜସ୍ୱ ସଂଗ୍ରହ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଶେଖ୍ ନସିମ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣିଜ ଅଧିକାରୀ, ଅବକାରୀ ଅଧିକ୍ଷକ, ଆର୍ ଟିଓ, ସମସ୍ତ ଏନ୍ ଏ ସି କାର୍ଯ୍ୟନିର୍ବାହି ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡିଇଜିଏମ ପ୍ରମୁଖ ଯୋଗ ଦେଇଥିଲେ l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ସମସ୍ତ ଅଧିକାରୀ ମାନେ ସମସ୍ତ ପ୍ରଚେଷ୍ଟା କରି ବିଭିନ୍ନ ବିଭାଗ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l ଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ୍ ପଥରରୁ ନିୟମିତ ରାଜସ୍ବ ସଂଗ୍ରହ ହେଉ l ଅବକାରୀ, ପରିବହନ , ଜିଏସ୍ ଟି ବିଭାଗ ମଧ୍ଯ ସେମାନଙ୍କ ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ ପୂରଣ କରନ୍ତୁ l ସମସ୍ତ ଅଧିକାରୀ ମୁକ୍ତ ହସ୍ତରେ ରେଡକ୍ରସ୍ ପାଣ୍ଠି ପାଇଁ ଦାନ କରିବା ସହିତ ଏହାର ବୃଦ୍ଧିରେ ସହାୟକ ହୁଅନ୍ତୁ l ତହସିଲଦାର ମାନେ ସମସ୍ତ ଯୋଗ୍ୟ ଭୂମିହୀନ ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇ ଦିଅନ୍ତୁ। ସମସ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମି ପଟ୍ଟା ପ୍ରଦାନ କରାଯାଉ l ମାର୍ଚ୍ଚ 25 ତାରିଖ ସୁଦ୍ଧା ପଡ଼ି ରହିଥିବା ସମସ୍ତ ରାଜସ୍ବ କେଶ୍ ର 80 ପ୍ରତିଶତ ସମାଧାନ ହେବ l ପ୍ରଶାସନର ସମସ୍ତ ବିଭାଗ ନିର୍ଦ୍ଧାରିତ ରାଜସ୍ୱ ଠିକ୍ ସମୟରେ ସଂଗ୍ରହ କରି ଲୋକ ମାନଙ୍କ ଦ୍ଵାର ଦେଶରେ ବିଭିନ୍ନ ସେବା ଯୋଗାଇ ଦେବେ। ଏକ ସ୍ୱଚ୍ଛ ଏବଂ ସୁସ୍ଥ ସରକାର ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି ବୋଲି ଜନସାଧାରଣଙ୍କ ହୃଦବୋଧ ହେବା ଆବଶ୍ୟକ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ