ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ

Nov 27, 2024 - 06:06
 0  76
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୬/୧୧/୨୦୨୪: ସମ୍ଭିଧାନ ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ କୋର୍ଟ କର୍ମଚାରୀ ,ପାରା ଲିଗାଲ ସଦସ୍ୟ,ଆଇନଜୀବି ପ୍ରମୁଖ ଭାଗ ନେଇଥିଲେଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ଭାରପ୍ରାପ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ପ୍ରଥମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ସମସ୍ତଙ୍କୁ ସମ୍ଭିଧାନ ର ମୁଖବନ୍ଧ ପାଠ କରାଇଥିଲେ ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ଯୋଗଦାନ କରିଥିଲେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ ( ପୋକସୋ ) ବସୁଦେବ ଆଚାର୍ଯ୍ୟ,ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ,ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା,ବରିଷ୍ଟ ଦେବାନୀ ଜର୍ଜ,ନବରଙ୍ଗପୁର ( ମହିଳା କୋର୍ଟ ) ସୁଦୀପା ପାତ୍ର,ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକରି ଶ୍ରୀଯୁକ୍ତ ରାଜେଶ କୁମାର ମିଶ୍ର, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ , ସମ୍ପାଦକ ଶ୍ରୀଯୁକ୍ତ ତପନ କୁମାର ସିଂହ ମଞ୍ଚାସୀନ ହୋଇ ଭାରତର ନାଗରିକଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରିଥିଲେ ଏବଂ ଆଇନଜୀବି ମାନଙ୍କୁ ଅନୁରୋଧ କରିଥିଲେ ଲୋକଙ୍କ ଅସୁବିଧାକୁ ନ୍ୟାୟପାଳିକାଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାପାଇଁ,ତେବେ ହେଲେ ସମ୍ବିଧାନ ଦିବସର ମର୍ଯ୍ୟାଦା ରହିବ ! ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା ଏହି ଶିବିର ପରିଚାଳନା କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ