ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

Feb 22, 2025 - 15:23
 0  79
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨/୦୨/୨୦୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ, ଓଡିଶା ଆଦର୍ଶ ବିଦ୍ୟାଳୟ, ହିର୍ଲି, ନବରଙ୍ଗପୁର ପରିସରରେ ମୋଟର ଦୁର୍ଘଟଣା ଟ୍ରିବୁନାଲ ଦାବି ଏବଂ ମୋଟର ଯାନ ଆଇନ ଏବଂ ଜନସାଧାରଣ ଉପଯୋଗୀ ସେବା ପାଁଇ ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟ ଏବଂ ସଡ଼କ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ଆଇନ ବିଷୟକୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା ! ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ ! ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀ ଜିତେନ୍ଦ୍ର କୁମାର ଭୋଇ ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀମତୀ କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି, ଶ୍ରୀ ରାଜ କିଶୋର ନାଗ, ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷ୍ୟା ପରାମର୍ଶଦାତା,ସମୀର ସ୍ଵାଇଁ, ଅଧକ୍ଷ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ ହିର୍ଲି, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ ! ଏଇ ସଚେତନତା ଶିବିର ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଥିଲା ! ଏହି ପ୍ରତିଯୋଗୀତାରେ ଅନ୍ଵେଷା ଦେବୀ ଅଷ୍ଟମ ଶ୍ରେଣୀ , ପ୍ରଥମ ସ୍ଥାନ, ଅପୃବା ପ୍ରିୟଦର୍ଶିନୀ ସାମଲ,ନବମ ଶ୍ରେଣୀ, ଦିତୀୟ ସ୍ଥାନ ଓ ପୁଣ୍ୟଶା ପ୍ରିୟଦର୍ଶିନୀ ମାଝି, ଷଷ୍ଠ ଶ୍ରେଣୀ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ! ଏହି ସଚେତନତା ଶିବିରରେ ଅଶାଞ୍ଜଳି ବେହେରା ,ଶିକ୍ଷୟତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ହିର୍ଲି, ନବରଙ୍ଗପୁର ଧନ୍ୟବାଦ ଅର୍ପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ