ଜିଲ୍ଲାସ୍ତରୀୟ ଖେଳାକୁଦ ପ୍ରତିଯୋଗିତା ଡିସେମ୍ବର ୧୧ ଓ ୧୨ ତାରିଖରେ
ବାରିପଦା - ତା :- ୨୦/୧୧/୨୦୨୫ ରିଖ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଡିସେମ୍ବର ୧୧ ଓ ୧୨ ତାରିଖରେ ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେବବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରକାଶ କରିଛନ୍ତି I ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଇଛୁକ ଖେଳାଳି ମାନେ ବ୍ୟକ୍ତିଗତ ଭାବେ ଅଥବା ଅନୁବନ୍ଧିତ କ୍ଲବ, ସ୍କୁଲ, କଲେଜ ଓ କ୍ରୀଡା ଅନୁଷ୍ଠାନ ମାଧ୍ୟମରେ ନିର୍ଦ୍ଧାରିତ ଫି ଦେଇ ଅନଲାଇନ ମାଧ୍ୟମରେ ଏଥଲେଟିକ ଫେଡେରେସନ ଅଫ ଇଣ୍ଡିଆରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ I ଖେଳାଳି ମାନେ ଅନଲାଇନ ପଞ୍ଜିକରଣ ପରେ ମିଳିଥିବା ଏ ଏଫ ଆଇ କାର୍ଡ ବାରିପଦା ଷ୍ଟାଡିୟମରେ ଦାଖଲ କଲାପରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ଏଥଲେଟିକ ସମ୍ପାଦକ ଅମ୍ବିକା ରାଉତ ପ୍ରକାଶ କରିଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0