ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ଫାଇନାଲରେ ବି ସି ଏ ଓ କରଞ୍ଜିଆ)

ବାରିପଦା - ତା :- ୩୦/୦୪/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ମ୍ୟାଚରେ ବି ସି ଏ କ୍ଲବ ରାଇରଙ୍ଗପୁରକୁ ୬ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର କ୍ଲବ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୨୪ ରନ ସଂଗ୍ରହ କରିଥିଲେ I ବିପକ୍ଷ ଦଳର ରୋହନ ସାହୁ ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ସି ଏ କ୍ଲବ ୮. ୫ ଓଭରରେ ୪ ଉଇକେଟ ହରାଇ ୨୫ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୪ଟି ଯାକ ଉଇକେଟ ଅକ୍ତିଆର କରିଥିଲେ I ଆୟୁଷ ଗିରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ପୂର୍ବତନ କ୍ରିକେଟ ଖେଳାଳି ମନୋଜ କୁମାର ମହାନ୍ତ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି କରଞ୍ଜିଆ ଓ ବି ସି ଏ କ୍ଲବ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ I
What's Your Reaction?






