ଜିଲ୍ଲାପାଳଙ୍କ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ :କୁନାକାଡୁ ଠାରେ ପ୍ରଧାମନ୍ତ୍ରୀଙ୍କ ଜନମନ ଯୋଜନା ଗୃହର ଭୂମିପୂଜନ

Dec 5, 2024 - 00:35
 0  35
ଜିଲ୍ଲାପାଳଙ୍କ ତ୍ରିଲୋଚନପୁର ପଞ୍ଚାୟତ ଗସ୍ତ :କୁନାକାଡୁ ଠାରେ ପ୍ରଧାମନ୍ତ୍ରୀଙ୍କ ଜନମନ ଯୋଜନା ଗୃହର ଭୂମିପୂଜନ

ଫାଷ୍ଟ ନ୍ୟୁଜ ଓଡିଶା,ଲାଞ୍ଜିଗଡ,(ସାଗର ବେନାଲ ): ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ସେ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ଜନମନ ଯୋଜନା ଅନ୍ୟତମ। ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଫୁଲଡୁମେର ଓ କୁନାକାଡୁ ଗାଁକୁ ଗସ୍ତ କରି ପ୍ରଧାମନ୍ତ୍ରୀଙ୍କ ଜନମନ ଯୋଜନାରେ କୁଟିଆ କନ୍ଧ ଜନଜାତିଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଘରପାଇଁ ଭୂମିପୂଜନ କରିଛନ୍ତିI ଜିଲ୍ଲାପାଳ ପ୍ରଥମେ ତ୍ରିଲୋଚନପୁ ପଞ୍ଚାୟତର ଫୁଲଡ଼ୁମେର ଗସ୍ତ କରି ସେଠାରେ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କ ପାଇଁ ପ୍ରଧାମନ୍ତ୍ରୀ ଜନମନ ଯୋଜନାରେ ନିର୍ମାଣ ହେଉଥିବା ଘରର ତଦାରଖ କରିବା ସହିତ ସେଠାରେ ନିର୍ମିତ ଛେଳିଗୁହାଳ ମଧ୍ୟ ପରିଦର୍ଶନ କରି ଖୁସି ବ୍ୟକ୍ତି ହୋଇଥିଲେI ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଜିଲ୍ଲା ଗ୍ରାମୀଣ ଗୃହ ପ୍ରକଳ୍ପ ପରିଚାଳକ ଅମୁଲ୍ୟ ବାଉଲ, ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀ , ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ କୁମାର ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର, ସାହୁ,ନାଏବ ସରପଞ୍ଚ ତରଣୀସେନ ବାଗ ପ୍ରମୁଖ ଉପସ୍ଥିତ ଥିଲେ I ତେବେ କଳାହାଣ୍ଡି ଜିଲ୍ଲାପାଳ ଭାବେ ସଚିନ ପାୱାର ଯୋଗଦେବା ପରେ ପ୍ରଥମ ଥର ତ୍ରିଲୋଚନପୁର ପଞ୍ଚାୟତ ଗ୍ରସ କରିଥିବା ବେଳେ କୁନାକାଡୁ ଗାଁକୁ ଯାଇ କୁଟିଆ କନ୍ଧ ଜନଜାତିଙ୍କ ପାଇଁ ତିଆରି ହେବାକୁ ଥିବା ଘରର ଭୂମିପୂଜନ କରବା ସମେତ କୁଟୁଆ କନ୍ଦ ସମ୍ପ୍ରଦାୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ