।। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ।।

Jul 23, 2024 - 12:17
 0  6
।। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୁଳ ଥୁଆମୁଳ ରାମପୁର ପଞ୍ଚାୟତ ସମିତି ବୈଠକ ଗ୍ରୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧ୍ରୃବଚରଣ ମୁଦୁଲି ଙ୍କ ଅଧ୍ଯକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ରେ ସିଡିଓ ଶ୍ରୀଯୁକ୍ତ ଦୟାମୟ ପାଢୀ, ଏଡିଏମ୍ ଶ୍ରୀଯୁକ୍ତ ତନ୍ମୟ ଧରୁଆ, ପିଏଆଇଟିଡିଏ, ଅତିରିକ୍ତ ଜିଲ୍ଲାପାଳ, ସଦର ଏସଡିପିଓ ସମେତ୍ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଥୁଆମୁଳ ରାମପୁର ବ୍ଳକର ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏଇଇ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟେଲ,ଜେଇ ସତ୍ଯ ନାରାୟଣ ବେହେରା, ଡବ୍ଲ୍ୟୁଇଓ, ଏସଇଓ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସିଡିପିଓ, ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବ୍ଳକ କୃଷି ଅଧିକାରୀ, ଥୁଆମୁଳ ରାମପୁର ଅତିରିକ୍ତ ତହସିଲଦାର, ଦକ୍ଷିଣ ଓ ଉତ୍ତର ବନଖଣ୍ଡ ଅଧିକାରୀ, ଉଦ୍ଯାନ ବିଭାଗ ଅଧିକାରୀ, ଥୁଆମୁଳ ରାମପୁର ଶାଖା ପରିଚାଳକ ଅଧିକାରୀ, ମତ୍ସ୍ୟ ବିଭାଗ ଅଧିକାରୀ, ଥୁଆମୁଳ ରାମପୁର ଥାନା ଅଧିକାରୀ ଶ୍ରୀଯୁକ୍ତ କୈବତ୍ତ ସେଟ୍ ଓ ସହକର୍ମୀ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ କୁ ବ୍ଳକ ପ୍ରଶାସନ ସହଯୋଗ କରିଥିଲେ। ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସର୍ବମୋଟ ୧୦୭ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା ତନ୍ମଧ୍ୟରୁ ୨୬ ଟି ଅଭିଯୋଗ ପତ୍ର ଯାହାକି ଆରଏଚ୍ ୧୦ ଟି ଓ ଭତ୍ତା ବାବଦରେ ୧୬ ଟି ଅଭିଯୋଗ ପତ୍ର ଉପରେ ବିଭାଗୀୟ ସ୍ତରରେ ଆପୋଷ ଫଇସଲା କରାଯାଇ ଥିବା ଜଣାପଡିଛି ।

 କଳାହାଣ୍ଡି ଜିଲ୍ଲାରୁ ମକୁନ୍ଦ ନାୟକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ