।। ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଆଧାର ଶିବିର ଅନୁଷ୍ଠିତ ।।

Oct 11, 2024 - 16:03
 0  13
।। ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଆଧାର ଶିବିର ଅନୁଷ୍ଠିତ ।।

ବାରିପଦା - ତା:- ୧୦.୧୦.୨୪ ରିଖ ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ପାଳନ କରାଯାଉଥିବା ଜାତୀୟ ଡାକ ସପ୍ତାହର ଚତୁର୍ଥ ଦିବସରେ ମୟୁରଭଞ୍ଜ ଡାକ ମଣ୍ଡଳ ଓ ଭଞ୍ଜପୁର ସ୍ଥିତ କୁମାର୍ସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର ଆଧାର ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱତନ୍ତ୍ର ଆଧାର ଶିବିରକୁ ଉଦଘାଟନ କରି ବାରିପଦ ପୌରପାଳିକାର ନଗରପାଳ କୃଷ୍ଣlନନ୍ଦ ମହାନ୍ତି ମୟୁରଭଞ୍ଜ ଡାକ ମଣ୍ଡଳ ଓ କୁମାର୍ସ କ୍ଲବର ଏହି ଅଭିନଵ ପ୍ରୟାସ କୁ ଭୁୟୀୟସୀ ପ୍ରଶଂସା କରିବା ସହ ସମାଜରେ ଏହି ସୁଯୋଗରୁ ବଞ୍ଚିତ ଥିବା ଲୋକମାନେ ଏହି ପରି ଶିବିର ଦ୍ୱାରା ନିଶ୍ଚିତ ରୂପେ ଆଧାର ସହ ଯୋଡି ହେବାର ସୁଯୋଗ ପାଇପାରିବେ ବୋଲି କହିଥିଲେ l ଏହି ଶିବିରରେ ୫୨ ଜଣ ଲୋକଙ୍କର ଆଧାର ସଂଶୋଧନ ସହ ୫ଜଣ ଶିଶୁଙ୍କର ନୂଆ ଆଧାର କାର୍ଡ଼ ହୋଇଥିଲା l ଏହାସହ ୧୮ ଜଣଙ୍କର ଆଧାର ସହ ମୋବାଇଲ ଫୋନ ନମ୍ବରକୁ ସଂଯୋଗ କରାଯାଇଥିଲା I ଏହି ସ୍ୱତନ୍ତ୍ର ଆଧାର ଶିବିର ମୟୁରଭଞ୍ଜ ଡାକ ମଣ୍ଡଳ ତରଫରୁ ମୁଖ୍ୟ ଡାକପାଳ ଅନିରୁଦ୍ଧ ମହାପାତ୍ର, ଡାକ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ମହାନ୍ତ, ଡାକ ସହାୟକ ଅଭିଳାଶ ମହାନ୍ତି, ସମର ପାଲ, ବ୍ରଜଗୋପାଳ ଦାସ ଉପସ୍ଥିତ ରହି ଆଧାର କାର୍ଯ୍ୟରେ ସହଯୋଗ କରିଥିଲେ l କୁମାର୍ସ କ୍ଲବ ତରଫରୁ ସଭାପତି ଜ୍ଞାନେନ୍ଦ୍ର ଦାଶ, ସମ୍ପାଦକ ସପନ ପଣ୍ଡା ଙ୍କ ସହ କ୍ଲବର ସଦସ୍ୟ ଧୀରେନ୍ଦ୍ର ନାୟକ, ବିଶ୍ୱମ୍ଭର ସିଂ, ଅଜିତ ଦାସ, ବିଶ୍ୱରଂଜନ ଦାସ, ମାନସ ମହାନ୍ତି, ଅବନୀ ଷଡ଼ଙ୍ଗୀ ଙ୍କ ଉପସ୍ଥିତି ଏହି ସ୍ୱତନ୍ତ୍ର ଆଧାର ଶିବିରକୁ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ