ଜଡlମୁଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରେରଣା ଉତ୍ସବ ପାଳିତ

Aug 5, 2024 - 20:02
 0  24
ଜଡlମୁଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରେରଣା ଉତ୍ସବ ପାଳିତ

ନୂଆପଡ଼ା : ଆଜି 05/08/2024 ରିଖ ଦିନ ଜଡ଼ାମୁଣ୍ଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମାରୋହ ପୂର୍ବକ ପ୍ରେରଣା ଉତ୍ସବ ପାଳିତ ହୋଇ ଯାଇଛି।ଅଧ୍ୟକ୍ଷ କ୍ଷିରୋଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅନୂସୟା କୁମ୍ଭାର l ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ଡା ଦୀପକ କୁମାର ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ।ସମ୍ମାନିତ ଅତିଥିଭାବେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଅନିତା ପଣ୍ଢା, କୋମନା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧେଶ୍ୟାମ ତାଣ୍ଡି,ଜଡ଼ାମୁଣ୍ଡା ଗ୍ରାମ ପଂଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ପ୍ରେମଶିଲା ମାଝୀ ଯୋଗ ଦେଇଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଫାଲ୍ଗୁନି ସାହୁ ଅତିଥି ମଞ୍ଚ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ସ୍ୱାଗତ ଏବଂ ଉଦ୍ ଯାପନୀ ସଂଗୀତ ଗାନ କରିଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ