ଛ ମାସିକିଆ ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ତାଲିମ୍ ଶିବିର ର ସମାପନ ସମାରୋହ

Jan 20, 2025 - 20:30
 0  18
ଛ ମାସିକିଆ ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷଣ ତାଲିମ୍ ଶିବିର ର ସମାପନ ସମାରୋହ

ଜିଲ୍ଲା ନୂଆପଡ଼ା ସ୍ଥିତ ଆଦିବାସୀ ଭବନ ଠାରେ ଗୋଣ୍ଡ ୱାନା ସେବା ସଂଘ ଓ ଟ୍ରଷ୍ଟ ନୂଆପଡ଼ାଙ୍କ ତତ୍ତ୍ଵ ଅବଧାନ ରେ ଛ ମାସ ଧରି ଗୋଣ୍ଡି ଲିପି ଓ ଭାଷା ପ୍ରଶିକ୍ଷଣ ଓ ତିନି ମାସ ଧରି ଦରଜୀ ସିଲେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମାପନ ତା.19.01.2024 ରେ ପାଳିତ ହୋଇଯାଇଅଛି । ସର୍ଵ ପ୍ରଥମେ ସମସ୍ତ ଅତିଥିମାନେ ବଡ଼ାଦେଓ ଙ୍କ ପୁଜା ଅର୍ଚ୍ଚନା କରିଥିଲେ ଏବଂ ମଞ୍ଚାସିନ ହୋଇଥିଲେ,ଏହାପରେ GSST ର ସଭାପତି ଶ୍ରୀଯୁକ୍ତ ବଜରଙ୍ଗ ମାଝୀ GSST ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଗୁଡ଼ିକର ଉଦ୍ଦେଶ୍ୟ ଜ୍ଞାପନ ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ବିଲୁପ୍ତ ହେବାକୁ ଯାଉଥିବା ଗୋଣ୍ଡୱାନା ଭୂଭାଗ ର ଗୋଣ୍ଡି ମାନଙ୍କର ନିଜ ମାତୃଭାଷା (ଗୋଣ୍ଡି ଭାଷା ଓ ଲିପି) କୁ ପୁନଃଉଦ୍ଧାର କରିବା ଏବଂ ଜୀବନ୍ତ ରଖିବା ଏହାର ମୂଳ ଲକ୍ଷ୍ୟ। ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବରେ ଲୋକ କବିରତ୍ନ ପଦ୍ମଶ୍ରୀ ଡ଼ଃ. ହଳଧର ନାଗ ଯୋଗଦାନ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୀମସେନ ଶବର, ନୂଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମସାଗର ମହାନନ୍ଦ, ଅବସପ୍ରାପ୍ତ ଖାଉଟି ବିଭାଗ ନୂଆପଡ଼ା ଶ୍ରୀଯୁକ୍ତ ବିକ୍ରମ ମାଝୀ, ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ପୁଟା, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଭାନୁପ୍ରତପ ମାଝୀ, ନୂଆପଡ଼ା ଗୋଣ୍ଡ ସମାଜ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିବ୍ୟସିଂ ମାଝୀ, ଓଡ଼ିଶା ପ୍ରଦେଶ GSU ସଭାପତି ଶ୍ରୀଯୁକ୍ତ ସୁବ୍ରତ କୁଅଁର, ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ଅଶ୍ୱନୀ କୁମାର ନେତାମ, ଗୋଣ୍ଡି ଭାଷା ଓ ଲିପି ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ହଗରୁ ରାମ ଗୋଣ୍ଡ ତଥା ବଲାଙ୍ଗିର,ବରଗଡ଼, ନବରଙ୍ଗପୁର ଜିଲ୍ଲା ରୁ ଗୋଣ୍ଡ ସାମାଜିକ ମାନ୍ୟଗଣ୍ୟ ପଦାଧିକାରୀ ଏବଂ GSST ନୂଆପଡ଼ା ର ପଦାଧିକାରୀ ତଥା GSU ର ,ଯୁବ- ଯୁବତୀ ଶକ୍ତି,ମାତୃ - ପିତୃ ଶକ୍ତି ମାନେ ଅଧିକ ସଂକ୍ଷ୍ୟାରେ ଯୋଗଦାନ କରିଥଲେ। ଏହି ପରିପେକ୍ଷିରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଙ୍କ ଉଦବୋଧନରେ ଗୋଣ୍ଡି ଭାଷା କୁ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରଦାନ କରି ସାମ୍ବିଧାନିକ ରୂପରେ 8ମ ଅନୁସୂଚୀ ରେ ସାମିଲ କରିବା ନିମନ୍ତେ ମତ ପ୍ରଦାନ କରିଥିଲେ l ସମସ୍ତ ଗୋଣ୍ଡି ଭାଷା ଏବଂ ପ୍ରଶିକ୍ଷାର୍ଥୀ ମାନେ TLM ପ୍ରସ୍ତୁତ ଏବଂ ପ୍ରଦର୍ଶନ କରି ଗୋଣ୍ଡି ଭାଷାରେ ଉପସ୍ଥାପନା ମଧ୍ଯ କରିଥଲେ। ସମସ୍ତ ଗୋଣ୍ଡି ଭାଷା ଓ ଲିପି ପ୍ରଶିକ୍ଷାର୍ଥୀ ଓ ଦରଜୀ ସିଲେଇ ପ୍ରଶିକ୍ଷାର୍ଥମାନଙ୍କୁ ପ୍ରଶିକ୍ଷଣ ମାନ ପତ୍ର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ହସ୍ତ ରୁ ପ୍ରଦାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ପ୍ରକୃତି ଚକ୍ର ଓ ଗୋଣ୍ଡି ଭାଷା ଲିପି ପୁସ୍ତକ ଦ୍ୱାରା ସପ୍ରେମ ଭେଟ ପ୍ରଦାନ କରାଗଲା lଏହି କାର୍ଯ୍ୟକ୍ରମ କୁ ସୁନ୍ଦର ଓ ସୁଚାରୁରୂପେ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ମଦନ ସିଂ ମାଝୀ ଓ ଶ୍ରୀଯୁକ୍ତ ଘନଶ୍ୟାମ ସୁନ୍ଦର ମାଝୀ ପରିଚାଳନା କରି ସଫଳ କରିଥିଲେ l ସବା ଶେଷରେ GSST ସହ ସଚିବ ଶ୍ରୀ ଦିନେଶ କୁମାର ମାଝୀ ଉପସ୍ଥିତ ଅତିଥି , ସଗାସମାଜ୍,ତଥା ସମସ୍ତ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପନ ଘୋଷଣା କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ