।। ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର"ଜାଗୃତି"ଉଦଘାଟିତ ।।

Oct 15, 2024 - 18:03
 0  7
।। ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ବ୍ୟକ୍ତିତ୍ୱ ବିକାଶ ଶିବିର"ଜାଗୃତି"ଉଦଘାଟିତ ।।

ବାରିପଦା:୧୫/୧୦/୨୪:ପ୍ରତ୍ୟେକ ଶିଶୁ ଭିତରେ ଯେଉଁ ଅମାପ ଶକ୍ତି ଓ ସାର୍ମଥ୍ୟ ଲୁକ୍କାୟିତ ହୋଇ ରହିଛି ତାକୁ ବିକଶିତ କରିବାର ସହିତ ଆମ ସଂସ୍କୃତି ଓ ସଂସ୍କାର ବିଷୟରେ ଅବଗତ କରାଇବା ପାଇଁ ବାରିପଦା ଚିନ୍ମୟ ମିଶନ ପ୍ରୟାସ କରି ଉତ୍ତମ ମାର୍ଗ ଦର୍ଶକ ହୋଇ ଆସୁଅଛି lପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ମଧୁବନ ସ୍ଥିତ ଚିନ୍ମୟ ଗୁରୁପାଦ ଆଶ୍ରମ ରେ ଚିନ୍ମୟ ମିଶନ ବାରିପଦା ଆନୁକୂଲ୍ୟରେ ଅକ୍ଟୋବର 14 ତାରିଖ ରୁ 16ତାରିଖ ପ୍ରଯ୍ୟନ୍ତ ଷଷ୍ଠ ରୁ ଦଶମ ଶ୍ରେଣୀ ପଢୁଥିବା ପିଲାମାନଙ୍କ ପାଇଁ ବ୍ୟକ୍ତିତ୍ୱ ବିକାଶ ଶିବିର- 'ଜାଗୃତି 'କୁ ମୁଖ୍ୟ ଅଥିତି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ପ୍ରଣବ ଶଙ୍କର ଦାଶ, ସଂମ୍ମାନୀୟ ଅଥିତି ପୂର୍ବତନ ରାଜ୍ୟସଭା ସାଂସଦ ବୀରଭଦ୍ର ସିଂ, ବରିଷ୍ଠ ସାମ୍ବାଦିକ ସଞ୍ଜୟ ଚୌଧୁରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି lସଭାପତି ବିଜୟ ଲେଙ୍କାଙ୍କ ସଭାପତିତ୍ୱ ଅନୁଷ୍ଠିତ ଉଦଘାଟନ ସଭାରେ ଚିନ୍ମୟ ମିଶନ ବାରିପଦାର ଆଚାର୍ଯ୍ୟ ଗୋବିନ୍ଦାନନ୍ଦ ସରସ୍ବତୀ ସ୍ୱାଗତ ଭାଷଣ ଦେଇଥିଲେ l ରାଉଲକେଲା ଚିନ୍ମୟ ମିଶନ ର ଆଚାର୍ଯ୍ୟ ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ , ଯୋଗ ଗୁରୁ ରାକେଶ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ହୃଦାନନ୍ଦ ଆଚାର୍ଯ୍ୟ, ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l ଶିବାଙ୍ଗି ଖଣ୍ଡେଲୱାଲ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କମଧ୍ୟରୁ ଡ଼ା ପ୍ରାଣକୃଷ୍ଣ ବେହେରା, ଲଷ୍ମୀ ପାଣି, ସୁରାତିବାଳା ଦାଶ, ଶ୍ରୀଧର ପରିଡା, ସତ୍ୟବ୍ରତ ବେହେରା, ହୃଦାନନ୍ଦ ଆଚାର୍ଯ୍ୟ, ତପନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ସବ୍ୟସାଚୀ ପଲେଇ, ହିମାଂଶୁ ଶେଖର ପାଣି, , କବିତା ଦାଶ, ସର୍ବେଶ୍ୱର ବେହେରା, ଦେବୀ ଦର୍ଶନୀ ବେହେରା, ସ୍ଵାଗତିକା ସାହୁ, ନନ୍ଦିନୀ ବେହେରା, ବର୍ଷା ପ୍ରିୟଦର୍ଶିନୀ ସେଠୀ, ରିୟା ଗିରି, ବିବେକାନନ୍ଦ ଦାଶ, ବିଷ୍ଣୁପଦ ବେରା ଶିବିର ପରିଚାଳନା କରିଥିଲେ l

ବାରିପଦାରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ