ଚିନ୍ମୟ ମିଶନ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ରକ୍ତଦାନ ଶିବିର (୩୫ଜଣ ରକ୍ତଦାନ କଲେ)

Jul 13, 2025 - 23:13
 0  15
ଚିନ୍ମୟ ମିଶନ ଆନୁକୂଲ୍ୟରେ ଗୁରୁପୂର୍ଣ୍ଣିମା ଉପଲକ୍ଷେ ରକ୍ତଦାନ ଶିବିର  (୩୫ଜଣ ରକ୍ତଦାନ କଲେ)

ବାରିପଦା - ତା :- ୧୩/୦୭/୨୦୨୫ ରିଖ ଚିନ୍ମୟ ମିଶନ ଆନୁକୂଲ୍ୟରେ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ସଭାପତି ବିଜୟ ଲେଙ୍କା, ଶିକ୍ଷାବିତ ତରୁଣ ଓଝା, ସୋମନାଥ ସିଂହ, ହୃଦାନନ୍ଦ ଆଚାର୍ଯ୍ୟ, ଉପଦେଷ୍ଟା ଶ୍ରୀଧର ପରିଡ଼ା ଦୀପ, ଶକୁନ୍ତଳା ପାଲ ପ୍ରଦୀପ ପ୍ରଜ୍ଜଳନ କରି ଶିବିର ଉଦ୍ଘାଟନ କରିଥଲେ l ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାରିତୀ ହାଁସଦା, ଅବସରପ୍ରାପ୍ତ ନର୍ସିଂ ନିର୍ଦ୍ଦେଶକ ଡଃ ପ୍ରାଣକୃଷ୍ଣ ବେହେରା, ଅବସରପ୍ରାପ୍ତ ଆୟକର ଅଧିକାରୀ ତପନ ପଟ୍ଟନାୟକ, ସାମ୍ବାଦିକ ସଞ୍ଜୟ ଚୌଧୁରୀ, ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ରେଡକ୍ରସର ଆଜୀବନ ସଦସ୍ୟ ଅମର ସେଠୀ, କେ ଡି ପି ଅନୁଷ୍ଠାନର ଗୌରବ ମୋଦି , ବିକ୍ରମ କେଶରୀ ଜେନା, ବଶିଷ୍ଠ ଆଇନଜିବୀ ବିଶ୍ୱଜିତ୍ ମହାନ୍ତି, ପ୍ରଦୀପ ଭଞ୍ଜ, ସମ୍ପଦ ଦାସ, ଯୋଗ ଗୁରୁ ରାକେଶ ମହାନ୍ତ, ନିମ ଫାଉଡେଶନର ପ୍ରତିଷ୍ଠାତା ବିମ୍ବାଧର ସାହୁ, ମା ତୁଳସୀ ଫାଉଡେଶନର ପ୍ରତିଷ୍ଠାତା ରଞ୍ଜିତା ଦଳେଇ, ଡା ସୁନନ୍ଦନ ମିଶ୍ର, ତାପସ ଦଳେଇ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସ୍ବାମୀ ବିବେକାନନ୍ଦ ସ୍କୁଲର ଅଧ୍ୟକ୍ଷ ଶିକ୍ଷାବିତ ବୀଣା ଦାସ , ସାମ୍ୱାଦିକ ତଥା ସମାଜସେବୀ ଦୀପକ ନାୟକ, ପି ପି ପି ଟ୍ରଷ୍ଟ ର ପ୍ରତିଷ୍ଠାତା ଡା ଅକ୍ଷୟ ମହାନ୍ତିଙ୍କୁ ସମର୍ଦ୍ଧନା ଦିଆଯାଇଥିଲା l ଶେଷରେ ଗଛରୋପଣ କରଯାଇଥିଲା l ଚିନ୍ମୟ ମିଶନର ସମ୍ପାଦକ ଅଜିତ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ବିଷ୍ଣୁପଦ ବେରା, ସବ୍ୟସାଚୀ ପଲେଇ, ଦେବରାଜ ବାସ୍କେ, ସୁରଜ ପାଣି, ରବିରାମ ପ୍ରଜାପତି, ରାମେଶ୍ବର ପୁଥାଲ୍ , ବିଶ୍ଵକର୍ମା ଡାକୁଆ, ମମତା ରାଣୀ ତ୍ରିପାଠୀ, ଦିବ୍ୟଜ୍ୟୋତି ତ୍ରୀପାଠୀ, କଲ୍ୟାଣୀ ଆଚାର୍ଯ୍ୟ, ରଞ୍ଜନ କୁମାର ମୁଖି, , ଜ୍ୟୋତିପ୍ରଭା ମହାନ୍ତି, ପ୍ରଭାତ ସାହୁ, ସଂଜୁ ନାଥ, ଅରୁଣ ଗଛାୟତ, ସଂଜିତ କୁମାର ଦାଶଙ୍କ ସମେତ ୩୫ ଜଣ ରକ୍ତଦାନ କରିଥିଲେ I ସୁରେଶ୍ୱରୀ ମହାନ୍ତି, କ୍ରିଷ୍ଣା ଘୋଷ, ଜୟନ୍ତୀ ଲେଙ୍କା, ଇନ୍ଦିରା ଜେନା, ପଙ୍କଜିନୀ ଦାଶ, ସମେତ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନେ ଶିବିର ପରିଚାଳନା କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ