।। ଚନ୍ଦ୍ରପୁର ହସ୍ପିଟାଲ ରେ ଆଲିସା ଏନ୍ଞ୍ଜିଓ , ମା ଗୃହର ଲକ୍ଷ୍ମୀ ମାଝୀ ଙ୍କୁ ପୋଡି ମାରିଦେଇଥିବା ଘଟଣା ର କ୍ରାଇମବ୍ରାଞ୍ଚ ଓ ଷ୍ଟେଟ୍ ଫରେନ୍ସିକ ଟିମ ର ତନାଘନା ତଦନ୍ତ ।।

Dec 30, 2023 - 14:09
 0  57
।। ଚନ୍ଦ୍ରପୁର ହସ୍ପିଟାଲ ରେ ଆଲିସା ଏନ୍ଞ୍ଜିଓ , ମା ଗୃହର  ଲକ୍ଷ୍ମୀ ମାଝୀ ଙ୍କୁ ପୋଡି ମାରିଦେଇଥିବା ଘଟଣା ର କ୍ରାଇମବ୍ରାଞ୍ଚ ଓ ଷ୍ଟେଟ୍ ଫରେନ୍ସିକ ଟିମ ର ତନାଘନା ତଦନ୍ତ ।।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ୨୯.୧୨.୨୦୨୩ ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ସଦରମହକୁମାରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ,ଥିବା ଆଲିସା ଏନ୍ଞ୍ଜିଓ ଦ୍ୱାରା ପରିଚାଳିତ ମା ଗୃହରେ ଅବିବାହିତା ଶିକ୍ଷିତ ଆଦିବାସୀ ଯୁଵତୀ ପ୍ରାୟ ୪ ବର୍ଷ ହେବ କାର୍ଯ୍ୟ କରିଆସୁଥିଲା ।ଜାଣିନଥିଲା ସମ୍ପୃକ୍ତ ଏନ୍ଞ୍ଜିଓ ର ଡାଇରେକ୍ଟରଙ୍କ ଦ୍ଵାରା ମାନସିକ ନିର୍ଯାତନା ସହି ନପାରି ତାଙ୍କ କଥାରେ ରାଜି ନହେବାରୁ ଶେଷରେ ପୋଡି ମାରିଦେଇଥିବା ନେଇ ଯୁବତୀର ବାପା ଥାନାରେ ଏତଲା ଦେଇଛନ୍ତି।ଏପରି ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ।ରାୟଗଡା ଜିଲ୍ଲା କାଶୀପୁରୁ ବ୍ଲକ ଟିକିରି ପଞ୍ଚାୟତ ନାକଟିଗୁଡା ଗ୍ରାମର ବେଲଧର ମାଝିଙ୍କ ୨୯ ବର୍ଷିଆ ଆଦିବାସୀ ଝିଅ ଲକ୍ଷ୍ମୀ ମାଝି ୨୦୧୯ରେ ଆଲିସା ଏନ୍ଞ୍ଜିଓ ରେ ଚାକିରି କରି ଚନ୍ଦ୍ରପୁରୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ମା ଗୃହରେ କାମ କରୁଥିଲା।ଵଜାର ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୫୦/୬୦ ମିଟର ଏବଂ ଡାକ୍ତରଙ୍କ କ୍ଵାଟର ଠାରୁ ମାତ୍ର ପ୍ରାୟ ୧୫/୨୦ ମିଟର ଦୂରତାରେ ମା ଗୃହ କୋଠରିରେ ମୃତ ଲକ୍ଷ୍ମୀଙ୍କ ସହିତ ଆଉ ୩/୪ ଜଣ ଝିଅ ମିଶି ରହୁଥିଲେ। ସଵୁ ଠିକ୍ ଠାକ୍ ଥିଲା କିନ୍ତୁ କିଛି ମାସ ହେବ ଏହି ଏନ୍ଞ୍ଜିଓ ର ଡାଇରେକ୍ଟର ଶ୍ରୀ ନରସିଂହ ମହାପାତ୍ର ମାନସୀକ ଶାରିରୀକ ନିର୍ଯ୍ୟାତନା ଦେଉଥିବାରୁ ଲକ୍ଷ୍ମୀ ଚାକିରି ଛାଡିଦେଵି ଵୋଲି ଦାଦା ପୁଅ ଭାଇ ଙ୍କୁ ଜଣାଇଥିଲା ଵୋଲି ଝିଅର ଵାପା ପ୍ରକାଶ କରିଛନ୍ତି। ଗୁରୁଵାର ଦିନ ହଟାତ୍ ଅପରାହ୍ନ ୪ଟା ସମୟରେ ରୁମରୁ ଲକ୍ଷ୍ମୀ କେଉଁଆଡେ ଯାଇଥିବା ନେ଼ଇ ରୁମର ସାଙ୍ଗମାନେ ଜାଣିନଥିବା କହୁଥିବା ଵେଳେ । ଖୋଜା ଖୋଜି ପରେ ରାତି ୧୦ଟାରେ ରୁମ ଠାରୁ ମାତ୍ର ପ୍ରାୟ ୧୦ ମିଟର ଦୂରରେ ଥିବା ସାମ୍ନା ରୋଗିଙ୍କ ଖାଦ୍ୟ ଋଷେଇ କରୁଥିବା, ପାଖରେ ଥିବା ଭଙ୍ଗା କୋଠରୀ ପାଖରେ ଲକ୍ଷ୍ମୀମାଝୀ ଙ୍କର ଅଧା ପୋଡାଶରୀର ସହିତ ମରିପଡିଥିବା ରୁମରେ ରହୁଥିବା ସାଙ୍ଗମାନେ ଦେଖି ଲକ୍ଷ୍ମୀର ବାପାଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀର ଵାପା ଓ ଅନ୍ୟମାନେ ଘଟଣା ସ୍ଥଳରେ ପହଁଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରି ତାଙ୍କ ଝିଅକୁ କେହି ରେଫ୍ କରି ଏସି ଡି ପକାଇପୋଡି ମାରିଦେଇଥିବା ନେଇ ଚନ୍ଦ୍ରପୁରୁ ଥାନାରେ ଲିଖିତ ଏତଲା ଦେଇଥିଲେ। ଏନେଇ ବିଷମକଟକ ଏସଡିପିଓ ସନ୍ତୋସିନୀ ଓରାମ ଓ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ କରାଯାଉଥିବା ଜଣାପଡିଛି। ପୋଲିସ୍ ଏକ ଅପମୃତ କେଶ କରି ଶବଵ୍ୟଵଛେଦ ମୁନିଗୁଡାରେ କରାଇ ପରିବାରକୁ ହସ୍ତାନ୍ତର କରିଛନ୍ତି। ପୋଲିସ କହିଛି ତଦନ୍ତ ଜାରି ରହିଛି। ଏନ୍ଞ୍ଜିଓ ଡାଇରେକ୍ଟର ଶ୍ରୀ ନରସିଂହ ମହାପାତ୍ର ଓ ରୁମରେ ଥିବା ସାଙ୍ଗମାନଙ୍କୁ ଥାନାରେ ଅଟକ ରଖି ତଦନ୍ତ କରାଯାଉଥିବା ଜଣାପଡିଛି ।ଆଜକୁ ପ୍ରାୟ ୧୦ ଦିନ ବିତିଯାଇଥିଲେ ମଧ୍ୟ କୋୖଣସି ଦୋଷୀ ଧରାପଡିନଥିବା ଜଣା ପଡ଼ିଛି ।ଆଜି ଷ୍ଟେଟ୍ ଫରେନ୍ସିକ୍ ଟିମ୍ ଓ କ୍ରାଇମବ୍ରାଞ୍ଚ ଡି ଏସ୍ ପି ଓ ,ଟିମ୍ ପହଞ୍ଚି ଅଧିକ ଜାଣିବାକୁ ତଦନ୍ତ ଯାରି ରଖିଛନ୍ତି । ଆଲିସା ମାଝିଙ୍କ ରେପ୍ ଓ ମଡ଼ର୍ର କରି ଏସିଡ ପକାଇ ପୋଡ଼ି ଦେଇଥିବା ଅଭିଯୁକ୍ତଙ୍କୁ କେବେ ଧରିବ ପୋଲିସ ଆଉ ଆଲିସା ମାଝିଙ୍କ ପରିବାରଙ୍କୁ କେବେ ନ୍ୟାୟ ମିଳିବ ବୋଲି ସାଧାରଣରେ ଦାବୀ ହେଉଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ