।। ଚଇତି ପରବ ମା ଗଦବନି ଯାତ୍ରାରେ ନାଟକ ଉଦଘାଟନ କଲେ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି ।l

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଂଚାୟତ କାଙ୍ଗ୍ରା ଗ୍ରାମରେ ଚଇତି ପରବ 3023 ଅନୁଷ୍ଠିତ ହୋଇଯାଇଛି l କୋରାପୁଟିଆ ମାନଙ୍କ ସବୁଠୁ ବଡ଼ ପରବ ଦୀର୍ଘ ପନ୍ଦର ଦିନ ଏହି ପରବ ପାଳନ କରନ୍ତି l ମା ଗଦବନି ପାଠକଣ୍ଡା ଗଙ୍ଗାମା ଠାକୁରାଣୀ ପ୍ରତି ବର୍ଷ ପୂଜା ପାହାନ୍ତି l ଏଠାରେ ଅନେକ ଯୁଗଯୁଗରୁ ପ୍ରକୃତିକୁ ଗ୍ରାମବାସୀ ପୂଜା କରି ଆସୁଛନ୍ତି l ଅନେକ ଲୋକ ଦୂରଦୁରାନ୍ତରୁ ଶହଶହ ଶ୍ରଦ୍ଧାଳୁ ଏଠାରେ ମାନସିକ କରିଥାନ୍ତି l ଏବଂ ଲୋକ ମାନଙ୍କର ମନସ୍କାମନା ମଧ୍ୟ ପୂରଣ ହେଉଥିବାର ନଜର ରହିଛି l ପୂଜା କରିବାର ଉଦେଶ୍ୟ ଭଲ ବର୍ଷା,ଭଲ ଚାଷ, ଗାଁ ସୁଖଶାନ୍ତି ମିଳେ ବୋଲି ଗାଡ଼ ବିଶ୍ୱାସ ରହିଛି l କାଙ୍ଗ୍ରା ଗ୍ରାମର ସବୁ ଜାତି ସବୁ ଧର୍ମ ସବୁ ସମ୍ପ୍ରଦାୟର ଲୋକ ସହ ପରିବାରଙ୍କ ସହଯୋଗ ଭାଇଚାରେ ଏହି ଚଇତି ପରବ ମା ଗଦବନି ଯାତ୍ରାରେ ପ୍ରତ୍ୟେକ ବର୍ଷ ଆଦିବାସୀ ନାଟକ ଆଣନ୍ତି l ଏହାର ଉଦେଶ୍ୟ ଦୂରଦୁରାନ୍ତରୁ ସମ୍ପର୍କୀୟ ବନ୍ଧୁବାନ୍ଧବ ମାନେ କୁଣିଆ ଆସି ଗାଁ ଭର୍ତ୍ତି ରୁହନ୍ତି l ଏତେ ସଂଖ୍ୟାରେ ଭିଡ଼ ଲୋକଙ୍କୁ କେମିତି ଗୋଟିଏ ଜାଗାରେ ସକାଳ ପାହିବା ପର୍ଯ୍ୟନ୍ତ ଏହି ନାଟକରେ ରହି ଯାହାନ୍ତି l ଏହି ବର୍ଷ ମା ଗଦବନି ଯାତ୍ରାରେ ନାଟକ ଶୁଭାରମ୍ଭ କରି ପିତା କାଟିବା ପାଇଁ ରାଜୁପୁଟ ସରପଞ୍ଚ ତଥା ସମାଜସେବୀ ଶ୍ରୀ ପିତାମ୍ବର କିର୍ସାନିଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରିଥିଲେ l ଗାଁର ଯୁବଗୋଷ୍ଠୀ ନାଟକର ସୁପରିଚାଳନା ଦାଇତ୍ୱ ନେଇଥାନ୍ତି l ଗଙ୍ଗାଧର ଖରା ବାଇଧର ନନ୍ଦିବାଲି ବୁଦୁ ଭୋଇ ରବି ପୂଜାରୀ ପୂର୍ଣ୍ଣଚନ୍ଦ୍ର ନାଇକ l ଠିକ ସେମିତି ଚଲାଣପୁଟ ଗ୍ରାମରେ ମଧ୍ୟ ଧୁମଧାମରେ ଚଇତି ପରବ ଲ୍ ବଡ଼ବେଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନାଇକ ସଦନ ମୁର୍ଜା ଚଲାନ ଲଷ୍ମମଣ କିର୍ସାନି ପୂଜାରୀ ହରିଶ୍ଚନ୍ଦ୍ର ମଣ୍ଡାଇ ସଚେତନ ଯୁବକ ଧନପତି ସୁପିଆ ଜୟସେନ କିର୍ସାନି ଗୋପାଳ ମୁର୍ଜା ଶ୍ୟାମ ମୁର୍ଜା ସୋମନାଥ ମୁର୍ଜା ଧନୁର୍ଜୟ ଗୋଲରୀ ଚଲାଣପୁଟର ଏବଂ ଭଗବତୀ ମଣ୍ଡାଇ ସୁନ୍ଦରମଣି କିର୍ସାନି ତୁଳା ଗୋଲାରୀ ଦାନୁ ସୁପିଆ ଦାଇତ୍ୱ ନେଇଥିଲେ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନିଙ୍କୁ ମୁଖ୍ୟ ଅତିଥିଭାବେ ନିମନ୍ତ୍ରଣ କରିଥିଲେ ଯାତ୍ରାରେ ସାମିଲ ହେବା ପାଇଁ ଏମିତି ସମସ୍ତ ପଞ୍ଚାୟତବାସୀଙ୍କୁ କୃତଜ୍ଞତା ଯାଇଛନ୍ତି ସରପଞ୍ଚ ପିତାମ୍ବର କିର୍ସାନି
What's Your Reaction?






