।। ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା ।।

Nov 14, 2024 - 18:29
 0  1.5k
।। ଘାଟିରୁ ଜବତ ହେଲା ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ, ବଢ଼ିଲା ପୋଲିସର ଚିନ୍ତା ।।

ନିଖୋଜ କାଠ ବ୍ୟବସାୟୀଙ୍କ ମୃତଦେହ ଜବତ ନେଇ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ। ସୂଚନାନୁଯାୟୀ, ଜୟପୁର ଅଞ୍ଚଳର ପାଓ୍ବାରହାଉସ ନିକଟ ପାଇଲ ବାସିନ୍ଦା ରାଧାକୃଷ୍ଣ ମହାପାତ୍ର ଗତ ରବିବାର ନିଜ ଘରୁ ବାହାରି ପଟ୍ଟାଙ୍ଗି ବ୍ଲକର ଦେଓପଟ୍ଟାଙ୍ଗି ଗ୍ରାମକୁ ଗଛ କାଠ କିଣିବାକୁ ଆସି ଘରକୁ ଫେରି ନଥିଲେ। ଯାହାକୁ ନେଇ ପରିବାର ସଦସ୍ୟ ଜୟପୁର ପୋଲିସ ନିକଟରେ ନିଖୋଜ ରହିଥିବା ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇ ନ ଥିବାବେଳେ ୪ ଦିନ ପରେ ଗୁରୁବାର ସୁଙ୍କି ଘାଟିରୁ ନିଖୋଜ ଗଛ କାଠ ବ୍ୟବସାୟୀ ମହାପାତ୍ରଙ୍କ ମୃତଦେହ ଠାବ କରିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ମୃତ ମହାପାତ୍ରଙ୍କୁ କାହିଁକି ହତ୍ୟା କରି ଉକ୍ତ ଘାଟିରେ ଫିଙ୍ଗା ଯାଇଛି ସେନେଇ ଜୟପୁର ଏବଂ ପଟ୍ଟାଙ୍ଗି ପୋଲିସ ୪ଜଣଙ୍କୁ ଚିହ୍ନଟ କରି ପଟ୍ଟାଙ୍ଗି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ସୁନାବେଡ଼ା ଏସ୍‌ଡିପିଓ ମନୋବ୍ରତା ଶତପଥୀ ହତ୍ୟାକାଣ୍ଡର ପ୍ରକୃତ କାରଣ କ’ଣ ସେନେଇ ଅଟକଙ୍କୁ ପଚରାଉଚରା ଚାଲିଥିବାବେଳେ ମୃତ ମହାପାତ୍ର କାଠ ବ୍ୟବସାୟକୁ ନେଇ କିଛି ଟଙ୍କା ବାକି ରଖିଥିଲେ ବୋଲି ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପ୍ରକାଶ କରିଥିଲେ।

ରୂପ ଖୋରାଙ୍କୁ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ