ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦଯାପିତ
ବାରିପଦା - ତା :-୨୨/୦୬/୨୦୨୬ ରିଖ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଆନୁକୂଲ୍ୟରେ ଗ୍ରୀଷ୍ମକାଳୀନ ଯୋଗ ଶିବିର ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି I ୨୧ ଦିନ ଧରି ଏହି ନିଃଶୁଳ୍କ ଯୋଗ ଶିବିରରେ ୬ ବର୍ଷରୁ ଉର୍ଦ୍ଧ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଓ ପୁରୁଷ ମହିଳା ଅଂଶଗ୍ରହଣ କରିଥିଲେ I ଅନୁଷ୍ଠାନର ସମ୍ପାଦକ ଜ୍ୟୋତିରଞ୍ଜନ ଦାସଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ସ୍ୱରୂପା ସାହୁ ଯୋଗ, ଲୋକନାଥ ଦାସ ଛଉ, ଶ୍ରୀପତି ପାଣିଗ୍ରାହୀ ଓ ଦିବ୍ୟଜ୍ୟୋତି ପାଣିଗ୍ରାହୀ ସନ୍ତରଣ, ଅର୍ଚ୍ଚନା ଦାସ କଳା, ଅଲିଭା ଧଳ ଓଡିଶୀ, ଜିତେନ୍ଦ୍ର ଜୈସୱାଲ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିଥିଲେ I ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ଦଳ ଚୟନ ସକାଶେ ସତ୍ୟପ୍ରକାଶ ଦାସ ଓ ଅଜିତ କୁମାର ସେଠି ଯୋଗ ବିଚାରକ ଭାବେ ସହଯୋଗ କରିଥିଲେ I ତତସହିତ ଅଷ୍ଟାଙ୍ଗ ଯୋଗ ଉପରେ ୭ ଦିନିଆ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଥିଲା I ଶିକ୍ଷାବିତ ପୁଷ୍ପା ପାତ୍ର ଓ ଅନ୍ତର୍ଜାତୀୟ ୟୁଟ୍ୟୁବର ଲବ ହାଁସଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ I ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ସମ୍ପାଦକ ତଥା ଯୋଗ ଗୁରୁ ଜ୍ୟୋତିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ଓ ସମ୍ପାଦକ ବିଜୟ କୁମାର ଦାସ, ପାତାଞ୍ଜଳି ଯୋଗ ସମିତି, ବାରିପଦାର ଡ଼ଃ ଦିଲ୍ଲୀପ କୁମାର ପଣ୍ଡା, ସମାଜସେବୀ ସୋମନାଥ ସିଂହ, ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା), ସଂସ୍ଥାର ଉପ ସଭାପତି ସୁଶାନ୍ତ କୁମାର ସେଠି ଓ ସାମାଜିକ କର୍ମୀ ଅଂକୁର ଖୁରାନା ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିବା ସହ ସମସ୍ତ ପ୍ରିଶିକ୍ଷକ ଓ ଗୁରୁ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0