।। ଗୋବର୍ଦ୍ଧନ ସ୍ଥିତ ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ।।

Jan 16, 2024 - 21:05
 0  49
।। ଗୋବର୍ଦ୍ଧନ ସ୍ଥିତ ମାଁ ମାଣିକେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ।।

Date-16/01/2024 ମୁନିଗୁଡା, ରାୟଗଡା ଜିଲ୍ଲା ମୁନିଗୁଡା ଗୋବର୍ଦ୍ଧନ ଠାରେ ମାଁ ମାଣିକେଶ୍ଵରୀ କ୍ରିକେଟ‌‌‌ ଟୁର୍ଣ୍ଣାମେଣ୍ଟ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ମାଁ ମାଣିକେଶ୍ଵରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସଭାପତି ମାଲେନୀ ଚିତ୍ତରଞ୍ଜନ , ସମ୍ପାଦକ ଡି ପରାଜୟ,ବି ଗୌରୀ ଶଙ୍କର, ଏସ ଜୟଦେଵ, ଏମ୍ ଵୁଲୁ ଏବଂ ମାଁ ମାଣିକେଶ୍ଵରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ସମସ୍ତ ମେମ୍ବର ମାନେ ଆୟୋଜିତ କରିଥିଵା ଜଣାପଡିଛି।ଆଜି ଗୋବର୍ଦ୍ଧନ ସ୍ଥିତ ଠାରେ ପୋଙ୍ଗୁଲୁ ଅବସରରେ ପ୍ରଥମ ଦିନର ମାଁ ମାଣିକେଶ୍ଵରୀ ଓ ଠାକୁରାଣୀ ଙ୍କ ପାଖରେ ପୁରୋହିତ ଜଗବନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରି ମାଁ ମାଣିକେଶ୍ଵରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଟିମ୍ ଶୁଭ ଆରମ୍ଭ ହୋଇଥିଲା।ଏହି ଶୁଭ ଉଦଘାଟନରେ ଥାନା ଭାରପ୍ରାତ ଅଧିକାରୀ ସ୍ବୈଦାମିନୀ ବେହେରା , ବିଜେଡ଼ି ସଭାପତି ରତନ୍ ଲାଲ ଜୈନ, ଜିଲ୍ଲା ବିଜେଡ଼ି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୈଡ, ବିଜେଡ଼ି ସଙ୍ଗଠକ ବୃନ୍ଦାବନ ପାଢି, ଗୌରୀ ଵାଵୁ, ଅନନ୍ତ ଵାଵୁ, ଏହି ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଅଙ୍ଗ ବସ୍ତ୍ର ଦେଇ ସମ୍ମାନୀତ କରିଥିଲେ। ଆଜିର ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳ ଡାକୁଲ୍ ଗୁଡ ଓ କୁଟାରାଗଡ ମୁକାବିଲା ରେ ପ୍ରଥମ ଟଚ୍ ଜିତି ଡାକୁଲ୍ ଗୁଡା ଦଳ ନିଷ୍ପତ୍ତି ନେଲେ ଫିଲ୍ ଡିଙ୍ଗ୍ ପାଇଁ ଓ କୁଟ୍ରାଗଡ ଦଳ ବ୍ୟାଟିଂ କରିଵାକୁ ସୁଯୋଗ ପାଇଥିଲେ। ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳ 16 ରୁ ଆରମ୍ଭ ହୋଇ 28 ତାରିଖ ରେ ଫାଇନାଲ ମ୍ୟାଚ ଶେଷ ହେଵ ଵୋଲି ମାଁ ମାଣିକେଶ୍ଵରୀ କ୍ରିକେଟ୍ ଟିମ୍ ତରଫରୁ ଜଣା ପଡିଛି ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ