ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Jan 8, 2025 - 19:44
 0  25
ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ  ଅନୁଷ୍ଠିତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଗୋପବନ୍ଧୁ ବିଦ୍ୟାପୀଠର ହୀରକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ପରିବହନ, ଇୟାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି, ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡିର ପୂର୍ବ ସାଂସଦ ବସନ୍ତ ପଣ୍ଡା, ସାଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଆଇନଜୀବୀ ପ୍ରସନ୍ନ ପାଢୀ, ପୂର୍ବ ଛାତ୍ର ସତ୍ୟନାରାୟଣ ଅଗ୍ରୱାଲ ଓ ଦୀନବନ୍ଧୁ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ନାଗ କହିଲେ, ବିଦ୍ୟା ଓ ଶିକ୍ଷା ଭିନ୍ନ ଭିନ୍ନ ହୋଇଥିବା ବେଳେ ମନୁଷ୍ୟକୁ ଉଭୟ ଆବଶ୍ୟକ। ଏହି ଉପଲକ୍ଷେ ସ୍କୁଲରେ ଏକ ଅଶୋକ ସ୍ତମ୍ଭର ଉଦ୍‌ଘାଟନ କରାଯାଇଥିଲା। ବିଦ୍ୟାପୀଠର ମୁଖବନ୍ଧ ସ୍ବରୂପ ଦୀର୍ଘ ୬୦ ବର୍ଷର ସ୍ମୃତି ଓ ଅନୁଭୂତିକୁ ନେଇ ସ୍ମରଣିକା ‘ପ୍ରତିବିମ୍ବ’ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଶାନ୍ତ ମୁଣ୍ଡ ପରିଚାଳନା କରିଥିବା ବେଳେ ଯୌବନ ସଲମା ଧନ୍ୟବାଦ ଦେଇଥିଲାବେଳେ ଜୟନ୍ତୀର ଦ୍ୱିତୀୟ ଦିବସରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିତ ଶିବ ପ୍ରସାଦ ବେହେରା, ସମ୍ମାନୀତ ଅତିଥି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ନୂଆପଡ଼ା ବ୍ଳକ୍ ଅଧ୍ୟକ୍ଷା ତାରେସ୍ୱରି ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ଖରିଆର ରୋଡ଼ NAC ଉପାଧ୍ୟକ୍ଷ ନିଶାନ୍ତ ଡାଗା, ସମାଜ ସେବୀ ରମେଶ ଅଗ୍ରୱାଲ, ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ହୀରକ ଜୟନ୍ତୀ କମିଟି ର ସଭାପତି ଯୌବନ ସଲମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷକ ଦୀନବନ୍ଧୁ ଦାସ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ତିମ ପର୍ଯ୍ୟାୟରେ ଆନ୍ତଃ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଶେଷରେ ପଶ୍ଚିମ ଓଡ଼ିଶାର ଲୋକ କଳାକାର ସର୍ବେଶ୍ଵର ଭୋଇ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ