ଗୋଟିଏ ଚହଲା କାମକୁ ୨ଥର ବିଲ୍ କରି ଟଙ୍କା ଆତ୍ମସାତ୍ ତଦନ୍ତ ପାଇଁ ଜନସାଧାରଣଙ୍କ ଦାବୀ

Feb 27, 2025 - 20:37
 0  17
ଗୋଟିଏ ଚହଲା କାମକୁ ୨ଥର ବିଲ୍ କରି ଟଙ୍କା ଆତ୍ମସାତ୍ ତଦନ୍ତ ପାଇଁ ଜନସାଧାରଣଙ୍କ ଦାବୀ

ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତର ବାବୂପାଲି ଗାଁରେ ଗୋଟିଏ ଚହଲା କାମକୁ ୨ଥର ବିଲ୍ କରି ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି l ପ୍ରାପ୍ତ ସୂଚନା ଅନୁଯାୟୀ, କୋମନା ବ୍ଲକ ଠିକପାଲି ପଞ୍ଚାୟତ ବାବୁପାଲି ଗାଁର ବାଳକୃଷ୍ଣ ମାଝି ୨୦୨୧–୨୨ରେ କାର୍ଯ୍ୟ ନିର୍ବାହୀ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ନୂଆପଡ଼ା ରୁ ୨ ଲକ୍ଷ ୮୭ ହଜାର ବ୍ୟୟ ଅଟକଳରେ ଏକ ଚହଲା ଖନନ କରିଛନ୍ତି । ତାହାର କୋଡ଼ ନଂ.୨୪୨୮୦୦୨/ ଆଇଏଫ ୧୧୧୨୮୭୩୪ ରହିଥିବା ବେଳେ ପାଉଣା ମଧ୍ୟ ୧ ଲକ୍ଷ ୮୨ ହଜାର ୬୮୮ ଟଙ୍କା ପାଇଛନ୍ତି । ୧ ଲକ୍ଷ ୪ ହଜାର ୩୧୨ ଟଙ୍କା ବକେୟା ରହିଛି । ହେଲେ ଠିକପାଲି ପଞ୍ଚାୟତର କର୍ମଚାରୀମାନେ ଚହଳା ଖନନ ନ କରି ସେହି ଚହଲାକୁ ୨୦୨୩-୨୪ରେ ଖନନ କରିଛୁ ବୋଲି ବାଳକୃଷ୍ଣଙ୍କ ମା' ଗୁନମତି ମାଝି ନାଁରେ ଦେଖାଇ ୧ ଲକ୍ଷ ୯୮ ହଜାର ୫୨୮ଟଙ୍କା ଉଠାଣ କରି ଆତ୍ମସାତ୍‌ କରିଛନ୍ତି । ତାହାର କୋଡ ନଂ-୨୪୨୮୦୨୦୨୬/ ଆଇଏଫ/ ୧୧୦୬୩୮୧୯ ରହିଛି । ଗୋଟିଏ ଚହଲାକୁ ଦୁଇ ଥର ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହି ଚହଳା ପାଖରେ ଥିବା ନାମ ଫଳକରେ କାର୍ଯ୍ୟ ନିର୍ବାହୀ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ନୂଆପଡ଼ା ଆର୍ଥିକ ବର୍ଷ ୨୦୨୧ – ୨୨, ହିତାଧିକାରୀଙ୍କ ନାମ ବାଳକୃଷ୍ଣ ମାଝି ବୋଲି ଲେଖା ରହିଥିଲା । ଏହି ଖବର ପାଇ ପଞ୍ଚାୟତ କର୍ମଚାରୀମାନେ ନାମ ଫଳକରେ ଲେଖା ଥିବା ସମସ୍ତ ତଥ୍ୟକୁ ଲିଭାଇ ନୂତନ ଭାବରେ ଚୂନ ମାରି ଦେଇଛନ୍ତି । କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଖନନ ହୋଇଥିବା ଚହଳା ଓ ନାମ ଫଳକ କେଉଁଠି ଗଲା ବୋଲି ଚର୍ଚ୍ଚା ହେଉଛି । ନୂତନ ଭାବରେ ଚହଳା ଖନନ ହୋଇଛି ବୋଲି କହୁଛନ୍ତି । ହେଲେ ମାଟିକୁ ଦେଖିଲେ ପୁରୁଣା ବୋଲି ଜଣାପଡୁଛି । ଏହା ଉପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି । ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କୁ ପଚାରିବାରୁ ଆମ ପାଖକୁ ଅଭିଯୋଗ ଆସି ନାହିଁ । ଆପଣମାନଙ୍କଠାରୁ ଜାଣିବାକୁ ପାଇଲୁ ଏହାର ତଦନ୍ତ କରାଯିବ । ସତ୍ୟାସତ୍ୟ ଜଣାପଡ଼ିଲା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ