ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ଅଭିଯାନ ଅନୁଷ୍ଠିତ

May 31, 2025 - 05:34
 0  20
ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଚେତନତା ଅଭିଯାନ  ଅନୁଷ୍ଠିତ

ନୂଆପଡ଼ା, : ନୂଆପଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଏବଂ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୁଲ୍ୟରେ ଖରିଆର ରୋଡ ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏକ ସଚେତନତା ଅଭିଯାନ ହୋଇଥିଲା l ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ନବନୀତା ଦାଶଙ୍କ ଆବାହକତ୍ବରେ ଅନୁଷ୍ଠିତ ଏଇ ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡଃ ସୋନିଆ ଅଗ୍ରୱାଲ, ଉପାଧ୍ୟକ୍ଷ ନିଶାନ୍ତ ଡାଗା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ, ସରକାରୀ ଓକିଲ ତ୍ରିଲୋକଚାନ୍ଦ ସୋନୀ ପ୍ରମୁଖ ଯୋଗ ଦେଇଥିଲେ l ସହରର ଆର୍ ଏମ୍ ସି ପରିସର ଏବଂ ଚତୁଃପାର୍ଶ୍ଵ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଥିବାରୁ ଏହାକୁ ସଫା କରାଗଲା l ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ପୋଲିସ ବାହିନୀ, ଏନ୍ ଏ ସି କର୍ମଚାରୀ, ବ୍ୟବସାୟି ସଂଘ, ଉଠା ଦୋକାନୀ, ସଫେଇ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l ଏହାପରେ ସମସ୍ତେ ଏକ ଜନ ସଚେତନତା ରେଲି ରେ ଟାଉନ ହଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲେ l ଏଠାରେ ଅତିଥି ମାନେ ପ୍ଲାଷ୍ଟିକ, ଜରି, ଅଳିଆ ଆବର୍ଜନା ଦ୍ଵାରା କିଭଳି ସହର କ୍ଷତିଗ୍ରସ୍ତ ହେଉଛି, ଏହାର ଅପକାରୀତା ଏବଂ ସଠିକ୍ ପରିଚାଳନା ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ତ୍ତବ୍ଯ ସମର୍ପିତ ସଫେଇ କର୍ମଚାରୀ ମଧ୍ୟରୁ ଜଣେ ପୁରୁଷ, ଜଣେ ମହିଳା ଓ ସ୍ଵଚ୍ଛ ସାଥୀ ସୁପରଭାଇଜରଙ୍କୁ ସମ୍ମାନୀତ କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ