।। ଖଡ଼ିଆଳ ଶିଶୁ ବିଦ୍ୟା ମନ୍ଦିର ୩୨ ତମ ବାର୍ଷିକ ଉତ୍ସବ ପାଳିତ ।।

Apr 16, 2023 - 15:48
 0  52
।। ଖଡ଼ିଆଳ ଶିଶୁ ବିଦ୍ୟା ମନ୍ଦିର ୩୨ ତମ ବାର୍ଷିକ ଉତ୍ସବ ପାଳିତ ।।

ନୂଆପଡା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ଖଡ଼ିଆଳ ଶିଶୁ ଵିଦ୍ୟା ମନ୍ଦିର ର ୩୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି।ମୁଖ୍ୟଅତିଥି ରୂପେ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଯୋଗ ଦେଇଏହି ଶିକ୍ଷା ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଜି ଏବଂ ଗୁରୁଜୀ ସଦା ପୂଜ୍ୟ ଏବଂ ନମସ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାଚୀନ ସଂସ୍କୃତି ପରମ୍ପରା ମଧ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ଶୃଙ୍ଖଳିତ ନାଗରିକ ଗଠନ କରିବାର ଉତ୍ତମ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ପରିଚାଲନା ସଭାପତି ଦିଲୀପ ତ୍ରିବେଦୀ ଅଧକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଓଡ଼ିଆ ଅଧ୍ୟାପକ ଶିବ ପ୍ରଶାଦ ସା ,ପରିଚାଳନା ସମ୍ପାଦକ ବିନୋଦ ବିହାରୀ ପାଢ଼ୀ, ନରେନ୍ଦ୍ର ମେହେର ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଭୋକ୍ତା ବାର୍ଷିକ ବିବରଣୀ ପଠନ କରିଥିଲେ। ଶ୍ରୀଯୁକ୍ତ ଗରୁଡେ ଶ୍ୱର ଗହିର କୋଷାଧ୍ୟକ୍ଷ,ପରିଚାଳନା ସମିତି।ଧନ୍ୟବାଦ୍ ଅର୍ପଣ କରିଥିଲେ ନରେନ୍ଦ୍ର ମେହେର।ମଞ୍ଚ ସଂଚାଳନ କରିଥିଲେ ଶ୍ରୀମତୀ ବୀଣାପାଣି ଦର୍ଜୀ। ଏହି ସଭା ରେ ଶ୍ରୀଯୁକ୍ତ ଅଧୀରାଜ୍ ପାଣିଗ୍ରାହୀ ବିଦ୍ୟାଳୟ ର ଉନ୍ନତି ପାଇଁ ପାଞ୍ଚ ଲକ୍ଷ୍ୟ ଟଙ୍କା ର ଆର୍ଥିକ ସାହାଯ୍ୟ ଦେବା ପାଇଁ ପ୍ରତିଶୁତୀ ଦେଇ ଥିଲେ। ଏହି ଉତ୍ସବ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ବହୁତ୍ ମାତ୍ରା ରେ ଅଭିଭାବକ ଅଭିଭାବୀକା ମାନେ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଅଗ୍ରୱାଲ ଙ୍କ ରିପୋର୍ଟ (କୋରାପୁଟ ପ୍ରଥମ ଖବର )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ