କୋରାପୁଟ ଏଲ୍ ଏସ୍ ପି ସଂଘ ପକ୍ଷରୁ ଜିଲ୍ଲା ସଭାପତି ତପନ ହିଆଲ ଏବଂ ସମ୍ପାଦକ ମାଧବ ଗୁଣ୍ଠାଙ୍କୁ ଚୟନ କରାଗଲା

Apr 4, 2025 - 04:31
 0  37
କୋରାପୁଟ ଏଲ୍ ଏସ୍ ପି ସଂଘ ପକ୍ଷରୁ ଜିଲ୍ଲା ସଭାପତି  ତପନ ହିଆଲ ଏବଂ ସମ୍ପାଦକ ମାଧବ ଗୁଣ୍ଠାଙ୍କୁ ଚୟନ କରାଗଲା

କୋରାପୁଟ,( ରଞ୍ଜିତ ନାୟକ ) ତା: ୦୩.୦୪.୨୦୨୫ ରିଖ: କୋରାପୁଟ ଜିଲ୍ଲାରେ ରହିଥିବା ୧୪ ଗୋଟି ବ୍ଲକରେ ଓଡ଼ିଶା ଜିବିକା ମିଶନ ଅଧିନରେ ୨୭ ଗୋଟି ଜୀବିକା ସହାୟିକା ବା ଏଲ୍ ଏସ୍ ପି ଭାବେ ୬ ବର୍ଷରୁ ଉର୍ଦ୍ଧ୍ବ ଧରି କାର୍ଯ୍ୟକରି ଆସୁଥିବାର ଦେଖିବାକୁ ମିଳିଛି ! ଦୀର୍ଘ ବର୍ଷ ପରେ ଜିଲ୍ଲା ଦଳକୁ ମଜଭୁତ କରିବା ନିମନ୍ତେ ପ୍ରଥମ ବୈଠକରେ ପୋଲିସ ପଡ଼ିଆ ଠାରେ ଜିଲ୍ଲା ଏଲ୍ ଏସ୍ ପି ନୂତନ ସଂଘ କରିବା ଲାଗି ପ୍ରସ୍ତାବ ଉଠିଥିବା ବେଳେ ଏକ ମାସ ପରେ ଆଜି ସମସ୍ତ ବ୍ଲକର ଏଲ୍ ଏସ୍ ପି ମାନଙ୍କ ଉପସ୍ଥିତରେ "ଏଲ୍ ଏସ୍ ପି ସଂଘ କୋରାପୁଟ" ନାମରେ ନାମିତ କରାଯାଇ ଏହି ବୈଠକରେ ନୂତନ ଜିଲ୍ଲା ସଭାପତି ତପନ ହିଆଲ ଏବଂ ସମ୍ପାଦକ ମାଧବ ଗୁଣ୍ଠାଙ୍କୁ ଚୟନ କରାଗଲା ! ଆଜି ଠାରୁ ସମସ୍ତ ଏଲ୍ ଏସ୍ ପି ଭାଇମାନଙ୍କର ସୁଖ, ଦୁଃଖର କଥା ଗାଁ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟର ବାର୍ତ୍ତା ଆଦାନ ପ୍ରଦାନ କରିବା ନିମନ୍ତେ ଉପସ୍ଥିତ ସମସ୍ତେ ପ୍ରସ୍ତାବ ରଖିବା ସହ ଉକ୍ତ ବୈଠକରେ ଜିଲ୍ଲାର ନୂତନ ସଂଘ ସମସ୍ତ ଦାୟିତ୍ବ ତୁଲାଇବା ନିମନ୍ତେ ନୂତନ ସଭାପତି ଏବଂ ସମ୍ପାଦକଙ୍କୁ ପୂର୍ଣକ୍ଷମତା ଦିଆ ଯାଇଥିଲା ! ଏଥିରେ ମଙ୍ଗୁଳୁ ଖିଲ, ଶିବଶଙ୍କର ଖେମୁଣ୍ତୁ, ସୁଶାନ୍ତ ହିଆଲ,ସୁରେଶ ହନ୍ତାଳ, ଚନ୍ଦ୍ର ଦୁରା , ଦାମୋଦର ଗୁଣ୍ଠା ଏବଂ ସମସ୍ତ ବ୍ଲକର ଏଲ୍ ଏସ୍ ପି ଇତ୍ୟାଦି ଉପସ୍ଥିତ ଥିଲେ ! ପରବର୍ତ୍ତୀ ସମୟରେ ଏହି ସଭାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଙ୍ଗୁଳୁ ଖିଲ ପରିଚାଳନା କରି ଶେଷରେ ଉପସ୍ଥିତ ସମସ୍ତ ଏଲ୍ ଏସ୍ ପି ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ପରିସମାପ୍ତି କରିଥିଲେ !

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ