।। କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତୀ ଦୁଇ ଦିନିଆ ନୂଆପଡା ଗସ୍ତରେ ।।

Nov 7, 2024 - 20:48
 0  12
।। କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତୀ ଦୁଇ ଦିନିଆ ନୂଆପଡା ଗସ୍ତରେ ।।

ନୂଆପଡା : କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତୀ ଶ୍ରୀମତୀ ସାବିତ୍ରୀ ଠାକୁର ଦୁଇ ଦିନିଆ ନୂଆପଡା ଜ଼ିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସରେ ଅବସ୍ଥାନ କରିଥିଲେ l ଏହି ଅବସରରେ ସେ ଜ଼ିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ଜ଼ିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବଧର ଧାରୁଆ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡ. ଧରଣୀ ଧର ସେନାପତିଙ୍କ ସମେତ ସମସ୍ଥ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ବିଭାଗର ଯନ୍ତ୍ରୀ ଲାଇନ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ l ମାନନୀୟl ମନ୍ତ୍ରୀ ମୋହଦୟା ମହିଳା ଓ ଶିଶୁ ବିକାଶର କାର୍ଯ୍ୟ କିଭଳି ଭାବରେ ଜ଼ିଲ୍ଲାରେ ଚାଲିଛି ଏବଂ ଏହାର କେତେ ସଫଳତା ପାଇଛି ଏହା ପଚାରି ବୁଝିଥିଲେ l ଏହାପରେ ଆଜି ସକାଳ ୯:୦୦ ଟା ରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ରାଜ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ନୁଆପଡା ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ସ୍ଥିତ ୱାନ ଷ୍ଟପ ସେଣ୍ଟର (ସକ୍ଷୀ), କ୍ୟାଫେ ଏବଂ ମିଶନ ସକ୍ତି ଟେଲରିଂ ୟୁନିଟ, ମିଲେଟ ମିଶନ ର ନିରିକ୍ଷଣ କରି ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ