କୂଅରେ ପଡ଼ି ମହିଳା ମୃତ

Sep 14, 2025 - 04:06
 0  6
କୂଅରେ ପଡ଼ି ମହିଳା ମୃତ

ନନ୍ଦପୁର,ତା:-୧୪/୦୯/୨୫ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା) ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ଥାନା ଅଧୀନସ୍ଥ କୁଲାରସିଂ ପଞ୍ଚାୟତର ରନ୍ତା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା ଘଟିଯାଇଛି। ସୂଚନା ଅନୁସାରେ ନାଗେଶ୍ୱରି ଦୁମୁତା (୨୧) ପିତା ଲବ ଦୁମୂତା ଆଜି ଭୋର ୫ ଟା ବେଳେ ପାଣି ଆଣିବା ଲାଗି ନିକଟସ୍ଥ ଏକ କୂଅକୁ ଯାଇଥିଲେ। ସେଠାରୁ ସେ ଘରକୁ ଫେରିନଥିଲେ। ବହୁସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର କୌଣସି ସନ୍ଧାନ ପାଇନଥିଲେ। ବଡି ଭୋରୁ ପାଣି ଆଣିବାକୁ ଯାଇଥିବା ଜାଣିପାରି କାଳେ କୂଅରେ ପଡ଼ିଯାଇଥିବା ସନ୍ଦେହ କରି ସେଠାକୁ ଯାଇଥିଲେ। କୂଅ ଭିତରେ ଝିଅର ଭାସୁଥିବା ଶରୀର ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦିନ ପ୍ରାୟ ୧୦ ଟା ସମୟରେ ଉଦ୍ଧାର କରି ନିଜ ବାସଭବନରେ ରଖି ତୁରନ୍ତ ପାଡୁଆ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ସଂଖ୍ୟା ୧୧/୨୫ ରଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ନିଜସ୍ୱ ଗ୍ରାମରେ ତାଙ୍କର ଶେଷକୃତ୍ୟ ଶେଷ କରାଯାଇଥିଲା।

ନନ୍ଦପୁର ରୁ ଶଙ୍କର ପାଙ୍ଗି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ