କୁଡୁତୁଲି ପଞ୍ଚାୟତ ରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ

Dec 1, 2025 - 21:43
 0  3
କୁଡୁତୁଲି ପଞ୍ଚାୟତ ରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ପୁଲିସ ଓ ବାଲିଗୁଡା ଅବକାରୀ ବିଭାଗର ମିଳିତ ଚଢ଼ଉ କରି ୪୭ ଏକର ଗଞ୍ଜେଇ ଗଛ କୁ ପୋଡ଼ି ନଷ୍ଟ କରିଛି । ପ୍ରକାଶ ଯେ, କ.ନୂଆଗାଁ ବ୍ଲକ କୁଡୁତୁଲି ପଞ୍ଚାୟତ ଡକାର ଗାଁ, ବୁଡ଼ାବାଲି ଜଙ୍ଗଲରେ ବେଆଇନ ଭାବେ ଚାଷ କରାଯାଇଥିବା ୪୭ ଏକର ଜମି ରେ ଗଞ୍ଜେଇ ଚାଷ କରାଯାଇଥିବା ବିଷୟ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରି ଉକ୍ତ ଗଞ୍ଜେଇ ଗଛକୁ ଜାଳି ପୋଡ଼ି ନଷ୍ଟ କରିଥିଲେ । ଏହି ଗଞ୍ଜେଇ ଗଛ କଟା ଅଭିଯାନରେ କ. ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା, ଏସଆଇ ଅଶୋକ କୁମାର ତ୍ରିପାଠି, ସୁରେନ୍ଦ୍ର ରାଜହଂସ, ଅବକାରୀ ଏସ ଆଇ ସୁମିତ୍ରା ଦଳାଇଙ୍କ ସମେତ ସମସ୍ତ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ