।। କୁଖ୍ୟାତ ମାଓବାଦୀ ଆଜାଦଙ୍କୁ ଅଦାଲତ ରେ ହାଜର ।।

Jul 28, 2024 - 10:22
 0  29
।। କୁଖ୍ୟାତ ମାଓବାଦୀ ଆଜାଦଙ୍କୁ ଅଦାଲତ ରେ ହାଜର ।।

ରାୟଗଡା ଜିଲ୍ଲା ଗୁଣୁପୁର ସବ୍ ଡିଭିଜନର ପଦ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ଅଦାଲତରେ ହାଜର ହେଲେ କୁଖ୍ୟାତ ମାଓ ନେତା ଆଜାଦ୍ । ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଶିକ୍ଷା ଅନୁଷ୍ଟାନ ତରଫରୁ ଚାନ୍ଦା ଆଦାୟ ଘଟଣାରେ ଆଜାଦ୍ ଗିରଫ ହୋଇଥିଲେ। ୨୦୦୮ ମସିହାରେ କେନ୍ଦୁଗୁଡା ଫାଣ୍ଡି ଅଞ୍ଚଳରୁ ୧୨ ଲକ୍ଷ ଟଙ୍କା ଚାନ୍ଦା ଆଦାୟ ବେଳେ ପୋଲିସ୍ ଚଢାଉ କରି ଟଙ୍କା ଜବତ କରିଥିଲା। ଆଜି ଏହି ମାମଲା ରେ ପୋଲିସ୍ ର କଡା ସୁରକ୍ଷା ମଧ୍ୟରେ ଝାଡପଡା ଜେଲ୍ ରୁ ପଦ୍ମପୁର ଅଦାଲତ କୁ ଆଜାଦ କୁ ଅଣାଯାଇଥିଲା। ପଦ୍ମପୁର ମାଜିଷ୍ଟ୍ରେଟ୍ ଙ୍କ କମିଟିମେଣ୍ଟ ପରେ ଆଜି ଏହି ମାମଲା ଗୁଣୁପୁର ଅତିରିକ୍ତ ଜିଲ୍ଲା ଦ୍ବୈାରା ଜର୍ଜ କୋର୍ଟ କୁ ସ୍ଥାନାନ୍ତର କରାଯାଇଥିବା ସୁଚନା ଦେଇଛନ୍ତି ଆଜାଦ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟନାୟକ।

 ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ