କାଟ୍ ଖାଇଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ହୋଇଥିବା ଅନାସ୍ଥା ।ଦୀର୍ଘ ଦିନର ଅବସାନ ପରେ ଆଜି କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଙ୍କ ଅନାସ୍ଥା ପାରିତ ହେବାର ଥିଲା ।ହେଲେ କୋରମ୍ ପାଇଁ ଏହି ଅନାସ୍ଥା କାଟ ଖାଇଥିବା ଜଣାପଡିଛି

Nov 18, 2024 - 20:20
 0  17
କାଟ୍ ଖାଇଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ହୋଇଥିବା ଅନାସ୍ଥା ।ଦୀର୍ଘ ଦିନର ଅବସାନ ପରେ ଆଜି କେସିଙ୍ଗା ବ୍ଲକ୍ ଅଧ୍ୟକ୍ଷ ଙ୍କ ଅନାସ୍ଥା ପାରିତ ହେବାର ଥିଲା ।ହେଲେ କୋରମ୍ ପାଇଁ ଏହି ଅନାସ୍ଥା କାଟ ଖାଇଥିବା ଜଣାପଡିଛି

ଦୀର୍ଘ ଦିନରୁ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଙ୍କ ବିରୋଧରେ ରେ ଅନାସ୍ଥା ଆଗତ ହୋଇଥିଲା ଗତ ୧ ତାରିଖ ରେ ଅନାସ୍ଥା ତାରିଖ ଘୋଷଣା ହୋଇଥିଲେ ସୁଦ୍ଧା ନିର୍ବାଚନ ଦାୟିତ୍ଵ ରେ ଥିବା ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତାହା ସ୍ଥଗିତ ହୋଇ ୧୮ ତାରିଖ ରେ ହେବା ପାଇଁ ଘୋଷଣା ହୋଇଥିଲା ।ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ପାରିତ ହେବା ପାଇଁ ସମୁଦାୟ ୩୭ ଜଣ ସଦ୍ୟସ ଆବଶ୍ୟକ ହେଉଥିବା ବେଳେ ବିରୋଧୀ ଶିବିର ର ରେ ୩୫ ଜଣ ସଦସ୍ୟ ରହିବା ଫଳରେ କୋରମ ହୋଇନ ପାରିବା ଫଳରେ ଆଜି ଅନାସ୍ଥା କାଟ ଖାଇଥିବା ସୂଚନା ଦେଇଛନ୍ତି ନିର୍ବାଚନ ଦାୟିତ୍ଵ ରେ ଥିବା ଅଧିକାରୀ । କିନ୍ତୁ ରୋଚକ କଥା ହେଉଛି ବ୍ଲକ୍ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିବା ବିରୋଧୀ ଶିବିର ର କିଛି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାରିତ ହେବା ଓ ସେଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ସରପଞ୍ଚ ପଦଚ୍ୟୁଟ ହେବା ସହ ଅନ୍ୟ ଜଣଙ୍କ ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ରହିଛି କିନ୍ତୁ ଲୋକଙ୍କ ମତ ଅନୁଯାୟୀ ସେହି ସରପଞ୍ଚ ମଧ୍ୟ ନିଜ ପଦ ହରାଇବା ଥୟ ।ଆହୁରି ୪ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ହେବାର ଅଛି ତହିଁ ମଧ୍ୟରୁ କିଏ ନିଜ ପଦ ରୁ ବିଦା ହେବେ ତାହା ସମୟ କହିବ ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ