କଣ୍ଠପୋଇରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ

Dec 19, 2024 - 12:15
 0  53
କଣ୍ଠପୋଇରେ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ

ଉତ୍ସବ କଣ୍ଠପୋଇ ଗ୍ରାମରେ ଲକ୍ଷ୍ମୀ ନାରାୟଣଙ୍କ ୧୯ ତମ ବାର୍ଷିକ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଅଛି। ଏହି ପୂଜା ଉତ୍ସବ ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଋଲିବ। ପ୍ରତିଦିନ ସନ୍ଧ୍ୟାରେବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଆଖ ପାଖ ଅଞ୍ଚଳରୁ ଶହଶହ ଲୋକଙ୍କ ସମାଗମ ହେଉଛି। ଦୀର୍ଘ ୧୯ ବର୍ଷ ହେବ ଲକ୍ଷ୍ମୀ ନାରାୟଣଙ୍କ ପୂଜା ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ହୋଇଆସୁଥ୍ ବେଳେ ଆସନ୍ତା ୨୧ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି କିଶୋର ଦାସ ସୂଚନା ଦେଇଛନ୍ତି । ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଦାସ, ଅକ୍ଷୟ ଦାସ, କିଶୋର ଓଝା, ଦୀପକ ଦାସ, ରତିକାନ୍ତ ଦାସ,ରମାକାନ୍ତ ଦାସ, ରୋହନ ନାୟକ, ବିଶ୍ଵଜିତ ନାୟକ, ଦୀପକ ଦାସ, ବିକ୍ରମ ନାୟକ, ପ୍ରିୟରଞ୍ଜନ ଦାସ, ବିକ୍ରମ ଦାସ, ମାନସ ଦାସ, ଚିନ୍ମୟ ଦାସ, ହିମାଂଶୁ_ ଦାସ ଓ ଭାଗ୍ୟବତୀ ଦାସ ପ୍ରଭୁତି ଆୟୋଜିତ କରିଥିଲେ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ