ଓଡିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ନୂଆପଡ଼ା ଗସ୍ତ ଏବଂ ସମୀକ୍ଷା ବୈଠକ

May 22, 2025 - 21:08
 0  17
ଓଡିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ନୂଆପଡ଼ା ଗସ୍ତ ଏବଂ ସମୀକ୍ଷା ବୈଠକ

ନୂଆପଡ଼ା, ମାନ୍ୟବର ଓଡିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅବନି କାନ୍ତ ସାହୁ ନୂଆପଡ଼ା ଜିଲ୍ଳା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ l ଏଥିରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲପାଳ ମାନ୍ୟବର କମିଶନଙ୍କୁ ସ୍ଵାଗତ କରି ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ଜିଲ୍ଲାର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ l ଜିଲ୍ଳା ଦାଦନ ଶ୍ରମିକ ପ୍ରବଣ ହୋଇଥିବାରୁ ସେମାନଙ୍କ କଲ୍ଯାଣ ପାଇଁ ନିଆ ଯାଉଥିବା ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ସମ୍ବନ୍ଧରେ ଜଣାଇଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ସୂଚନା ଦେଲେ ଯେ ନୂଆପଡ଼ା ଜିଲ୍ଲାର 131 ଟି ଗ୍ରାମ ପଞ୍ଚାୟତ ରେ 141 ଟି ଖାଉଟି ସାମଗ୍ରୀ ଯୋଗାଣ କେନ୍ଦ୍ର ଚାଲିଛି l ଏଥିରୁ 113 ଟି ପଞ୍ଚାୟତ ଦ୍ଵାରା ଏବଂ 28 ଟି ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି l ଜିଲ୍ଲାରେ 1,78,388 ଟି ପରିବାରର 560024 ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି l 5097 ପ୍ରବାସୀ ଶ୍ରମିକ ପରିବାରର 5428 ଜଣ ଏଥିରେ ଅନ୍ତର୍ଭୁକ୍ତ l ଜିଲ୍ଲାର 91 ପ୍ରତିଶତ ଖାଉଟିଙ୍କର ଇ କେ ୱା ଇ ସି ଭେରିଫିକେସନ୍ ସରିଛି l ଜିଲ୍ଳା ରେ ରବି ରୁତୁ ପାଇଁ ଧାନ ସଂଗ୍ରହ ଆରମ୍ଭ ହୋଇ ଯାଇଛି l ସମୀକ୍ଷା ରୁ ଜଣାଯାଇଛି ଯେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାର 3 ଟି ଅନୁଷ୍ଠାନରେ ପ୍ରତିଦିନ 115 ଜଣ ଅନ୍ତେବାସୀ ଙ୍କୁ ଦୁଇଥର ରନ୍ଧା ଖାଦ୍ୟ ଦିଆଯାଉଛିl ସେହିପରି ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ 47 ଟି ସ୍କୁଲ ର 201 ଟି ହଷ୍ଟେଲର ଛାତ୍ରଛାତ୍ରୀମାନଙ୍କୁ ସବୁଦିନ ରନ୍ଧା ଖାଦ୍ୟ ଦିଆଯାଉଛି l ଜିଲ୍ଳା ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ 909 ଟି ପ୍ରାଇମେରୀ ଓ ୟୁ ପି ସ୍କୁଲ୍ ର 90,609 ଜଣ ଛାତ୍ରଛାତ୍ରୀ ଓ 154 ଟି ହାଇସ୍କୁଲ ର 17,287 ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି l ମାନ୍ୟବର କମିଶନ କହିଲେ ଯେ ନୂଆପଡ଼ା ଏକ ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ଜିଲ୍ଲା ହୋଇ ଥିବାରୁ ଏଠାକାର ଜନସାଧାରଣ ଏବଂ ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଖାଦ୍ୟ ସମାଗ୍ରୀ ଠିକ୍ ସମୟରେ ସଠିକ ପରିମାଣରେ ଯୋଗାଣ ବିଭାଗ ତଥା ସମ୍ପୃକ୍ତ ବିଭାଗ ମାଧ୍ୟମରେ ଯୋଗାଇଦେବେ l ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଉମାକାନ୍ତ ମେହେର, ସମସ୍ତ ବି ଡି ଓ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୂଏ, ଜିଲ୍ଳା ସାମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଜିଲ୍ଳା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଯୋଗାଣ ବିଭାଗର ଅଧିକାରୀଗଣ ଯୋଗ ଦେଇଥିଲେ l ଶେଷରେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଏହାପରେ ମାନ୍ୟବର କମିଶନ ସୁନାବେଡା ଉପତ୍ୟକାରେ ଅବସ୍ଥିତ ଆଦିବାସୀ କଲ୍ଯାଣ ବିଭାଗ ଦ୍ଵାରା ପରିଚାଳିତ ସ୍କୁଲ୍ ପରିଦର୍ଶନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ