।। ଓଡିଶା ମେଲେଟ ମିସ୍ସସିଓନ୍ ତରଫରୁ ବ୍ଳକ ସ୍ତରୀୟ ପିଆରଆଇ ଏଭେଣ୍ଟ ଅଣ୍ତର ଆନ୍ତର୍ଜାତିକ ବର୍ଷ ଓ ମିଲେଟ୍ ର ଏକ ବୈଠକ ଅନୁଷ୍ଠିତ ।।

Dec 5, 2023 - 16:19
 0  9
।।  ଓଡିଶା ମେଲେଟ ମିସ୍ସସିଓନ୍ ତରଫରୁ ବ୍ଳକ ସ୍ତରୀୟ ପିଆରଆଇ ଏଭେଣ୍ଟ ଅଣ୍ତର ଆନ୍ତର୍ଜାତିକ ବର୍ଷ ଓ ମିଲେଟ୍ ର ଏକ ବୈଠକ ଅନୁଷ୍ଠିତ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଓଡିଶା ମିଲେଟ୍ ମିସ୍ସସିନ୍ ତରଫରୁ ବ୍ଳକ ସ୍ତରୀୟ ପିଆରଆଇ ଇଭେଣ୍ଟ ଆନ୍ତର୍ଜାତିକ ବର୍ଷ ମେଲେଟ୍ ଆଜି ତା ୦୫/୧୨/୨୦୨୩ ରିଖ ଦିନ ଉତ୍ପାଦକ କମ୍ପାନୀ ସୀମିତ ଭେଲା ସଶକ୍ତିକରଣର ଏକ ବୈଠକ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଳକ କୃଷି ଅଧିକାରୀ ,ବିଧାୟକ ବ୍ଳକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ଟୁନି ଖୋସ୍ଲା, ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଓଏମଏମ ଷ୍ଟାପ୍ ମିଶନ ଶକ୍ତି ଷ୍ଟାପ୍ ଅଶଂଗ୍ରହଣ କରିଥିଲେ। ମାଣ୍ଡିଆ ଚାଷକୁ ଥୁଆମୂଳ ରାମପୁର ବ୍ଳକରେ ଅଧିକରୁ ଅଧିକ ଚାଷୀ ମାନେ ଚାଷ କରି ଅଧିକ ଉତ୍ପାଦନ କରି ଲାଭବାନ ହେବେ ଓ ସରକାରଙ୍କ ତରଫରୁ ଯୋଗାଉଥିବା ସୁବିଧା ଗୁଡିକ କୁ ସହଜରେ ପାଇପାରିବେ, ତା ଉପରେ ନିଜ ନିଜ ମତରଖି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନ କରିଥିଲେ। ତେବେ ଥୁଆମୂଳ ରାମପୁର ବ୍ଳକ ଏକ ପାହାଡ ପର୍ବତ ଅଞ୍ଚଳ ଭାବରେ ପରିଚିତ ରହିଛି ଏଥିରେ ମାଣ୍ତିଆ ଚାଷ କରିବା ପାଇଁ ଉପଯୁକ୍ତ ଜଳବାୟୁ ରହିଛି। ତେଣୁ ମାଣ୍ତିଆ ଚାଷୀଙ୍କର ଉନ୍ନତି ନେଇ କୃଷକ ଉତ୍ପାଦକ କମ୍ପାନୀ ମାଣ୍ତିଆ ଚାଷୀଙ୍କୁ ସହଯୋଗ କରିବାକୁ ଚେଷ୍ଟା ଜାରିରଖିବା ପାଇଁ ପ୍ରୟାସ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାଣ୍ତିଆ ଚାଷୀମାନେ ଆଗେଇ ଆସି ମାଣ୍ତିଆ ଚାଷ ଉପରେ ଗୁରୁତ୍ୱ ଦେବେ ତେବେ ସେମାନେ ଅଧିକରୁ ଅଧିକ ଲାଭବାନ ହୋଇପାରିବେ। ଏହି ବୈଠକକୁ ହୋମନ ଡେଭେଲୋମେଟ୍ ସଂସ୍ଥା ଓ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ଆୟୋଜନ କରିଥିବା ବେଳେ ବିପିସି ପ୍ରକାଶ ଚନ୍ଦ୍ର ନାଏକ ଓ ଏବିପିସି ରାଜକୁମାର ମହାରଣା ସହଯୋଗ କରିଥିଲେ ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ