ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ ନବରଙ୍ଗପୁର ବ୍ଲକ ତରଫରୁ ଦାବି ପତ୍ର ପ୍ରଦାନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୧୫.୦୪.୨୦୨୫ ରିଖ: ଓଡିଶା ଜୀବିକା ମିଶନ ଶକ୍ତି ଇ ସି ସଂଘ ନବରଙ୍ଗପୁର ବ୍ଲକ ତରଫରୁ ନବରଙ୍ଗପୁର ବସଷ୍ଟାଣ୍ଡ ଠାରୁ ବାହାରି ବ୍ଳକ ଅଫିସ ରେ ପହଞ୍ଚି ଥିଲେ ନବରଙ୍ଗପୁର ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର ଓ ମାନନୀୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କୁ ୭ ଦଫା ଦାବୀ ପତ୍ର ପ୍ରଦାନ କରାଗଲା ! ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ,ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘ, ନବରଙ୍ଗପୁର ଜିଲ୍ଲା ସମ୍ପାଦିକା ପ୍ରମିଳା ସାମନ୍ତରାୟ ମାନେ ପରିଚାଳନା କରିଉଦବୋଧନ ଦେଇଥିଲେ ! ଓଡିଶା ଜୀବିକା ମିଶନଶକ୍ତି ଇ.ସି ମାନଙ୍କୁ ସରକାରୀ କର୍ମଚାରୀ ରୁପେ ଘୋଷଣାକରାଯାଉ ! ( ୨ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ସରକାରଙ୍କ ଦୈନିକ ମଜୁରୀ ହାରରେ ବେତନଦିଆଯାଉ ! ( ୩ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ଯେ ଯେଉଁ ପଦବୀରେ ଅଛନ୍ତି ତାଙ୍କୁ ସ୍ଥାୟୀକରାଯାଉ ! ( ୪ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଜନୀତ ମୃତ୍ୟୁ ହେଲେ ଦଶଲକ୍ଷ ଟଙ୍କା ଓ ସ୍ଵାଭାବିକ ମୃତ୍ୟୁ ହେଲେ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉ ! ( ୫ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ୬୦ ବର୍ଷରେ ଅବସର ନେଲେ ଅବସର କାଳୀନ ସହାୟତା ରାଶି ପାଞ୍ଚ ଲକ୍ଷ ଟଙ୍କା ଓ ମାସିକ ପେନସନ ପାଞ୍ଚ ହଜାରଟଙ୍କା ଦିଆଯାଉ ! ( ୬ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ବୀମା, ଇ.ଏସ.ଆଇ, ପ୍ରଭିଡେଣ୍ଟ ଫଣ୍ଡଲାଗୁ କରାଯାଉ ! ( ୭ ) ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ମାନଙ୍କୁ ପ୍ରତ୍ୟେକ ମାସରେ ୫ ରୁ ୧୦ ତାରିଖ ମଧ୍ୟରେସେମାନଙ୍କ ବେତନ ଦେବାର ବ୍ୟବସ୍ଥା କରାଯାଉ ! ଏଥିରେ ପ୍ରାୟ ୬୦ ଜଣ ଇ ସି ସଭ୍ୟ ମାନେ ଉପସ୍ଥିତ ରହିଥିଲେ !
ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !
What's Your Reaction?






