।। ଓଡିଶା କୃଷକ ସଭା ରାୟଗଡ଼ା: ତରଫରୁ କପା ଚାଷୀ ଭାଇଙ୍କ ଅଧିକାର ପାଇଁ ଏକହେବା ।।

Jan 13, 2024 - 17:24
 0  60
।। ଓଡିଶା କୃଷକ ସଭା ରାୟଗଡ଼ା: ତରଫରୁ କପା ଚାଷୀ ଭାଇଙ୍କ ଅଧିକାର ପାଇଁ ଏକହେବା ।।

ରାୟଗଡା ଜ଼ିଲ୍ଲା ଓଡିଶା ର ଅନ୍ୟତମ ମୁଖ୍ୟ କପା ଉତ୍ପାଦନ କାରି ଜ଼ିଲ୍ଲା ଭାବେ ପରିଚିତ l କିନ୍ତୁ, ବିହନ, ସାର,କୀଟ ନାଶକ ଔଷଧ ଆଦିର ଦାମ ହଉ ହୁ ହୋଇ ବଢ଼ି ଚାଲି ଥିବାବେଳେ ଉତ୍ପାଦିତ କପା ବିକ୍ରି ବେଳେ ଉପଯୁକ୍ତ ଦର ପାଉନଥିବା ଯୋଗୁଁ ଚାଷୀ ବହୁ କ୍ଷତି ର ସମ୍ମୁଖୀନ ହେଉଛି l ସରକାରୀ କ୍ରୟ କେନ୍ଦ୍ର ଓ ୠଣ ର ଅଭାବ ହେତୁ କପା ଚାଷୀ ମାନେ ଚଢ଼ା ସୁଧ ରେ ସାହୁକାର ମାନଙ୍କ ଠାରୁ ୠଣ ଆଣିବାକୁ ବାଧ୍ୟ ହେଉଛନ୍ତି l କିନ୍ତୁ ସୁଧ ସୁଝି ସୁଝି ଚାଷୀ ହତାଶ ହୋଇ ଚାଷୀ ଅଭାବୀ ଦରରେ କପା ବିକ୍ରି କରିବା ପାଇଁ ବାଧ୍ୟ ହେଉଛି l ଏହି ପରିସ୍ଥିତି କପା ଚାଷୀ ମାନଙ୍କ ସ୍ୱାର୍ଥ ରେ ଆମ୍ଭେ ରାୟଗଡା କୃଷକ ସଭା ତରଫରୁ ଆମ ଜ଼ିଲ୍ଲା ର କପା ଚାଷୀ ମାନଙ୍କୁ ରକ୍ଷା କରିବାକୁ ନିମ୍ନ ଦାବି ଗୁଡିକ ପୂରଣ ପାଇଁ ରାୟଗଡା ଜିଲ୍ଲାପାଳ ଙ୍କ ଜରିଆରେ ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଦାବି ଗୁଡିକ ହେଲା 1. ସରକାର କପା ମଣ୍ଡି ଜରିଆରେ କ୍ରୟ ଦର କ୍ୟୁଣ୍ଟଲ ପ୍ରତି 15000 ଟଙ୍କା ଦରରେ ସମସ୍ତ ଚାଷୀ ଙ୍କ ଠାରୁ କିଣନ୍ତୁ ଏବଂ ବିକ୍ରି ର ଏକ ସପ୍ତାହ ମଧରେ ଚାଷୀକୁ ବିକ୍ରି ଧନ ପ୍ରଦାନ କରାଯାଉ l 2. ସାର, ବିହନ, କୀଟ ନାଶକ ଔଷଧ ଆଦି ରିହାତି ଦରରେ ଯୋଗାଇ ଦିଆଯାଉ l ଚଢା ଦରରେ ବିକ୍ରି କରୁଥିବା ଓ ସାର କଳାବଜାରୀ କରୁଥିବା ବ୍ୟବସାୟୀ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ l 3. କପା ବ୍ୟବସାୟ ରେ ଥିବା ଦଲାଲ ଓ ମଧ୍ୟସ୍ଥି ମାନଙ୍କୁ ଦଣ୍ଡ ଦିଆଯାଉ l 4. କପା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଓ ୠଣ ଛାଡ଼ କରାଯାଉ ଏବଂ ଚାଷୀ ମାନଙ୍କୁ ସ୍ୱଳ୍ପ ସୁଧ ରେ ଦୀର୍ଘମିଆଦି ସରକାରୀ ୠଣ ପ୍ରଦାନ 5.ଚାଷ ଜମି ର ଜଳସେଚନ ନିମନ୍ତେ ବ୍ୟବସ୍ଥା କରାଯିବା କୁ 6.ବଢ଼ି ମରୁଡି ର ପ୍ରତିକାର ସହିତ ବାରହା ଓ ଅନ୍ୟ ବନ୍ୟଜନ୍ତୁ ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ଫସଲ ର କ୍ଷତିପୂରଣ ଦିଆଯାଉ lଓ 7.ବର୍ଷ ଧରି ଚାଷ କରୁଥିବା ଦାଖଲ ଜମିପଟ୍ଟା ଦିଆଯାଉ ଏବଂ ସରକାରୀ ମଣ୍ଡି ରେ କପା କ୍ରୟ କରାଯାଉ। ବୋଲି। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଭୁବନେଶ୍ଵର ଙ୍କୁ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ଙ୍କ ଜରିଆରେ ଦାବୀ ଉପସ୍ଥାପନା କରି ପ୍ରେରଣା କରି ଥିବା କପା‌ଚାଷୀ ମାନଙ୍କ ଦ୍ବାରା ଯଣା ଯାଇଛି ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ