ଓଡ଼ିଆ ନବବର୍ଷ ମହା ସମାରୋହରେ ପାଳିତ

Apr 15, 2025 - 04:02
 0  11
ଓଡ଼ିଆ ନବବର୍ଷ ମହା ସମାରୋହରେ ପାଳିତ

ନୂଆପଡା : ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିନରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମହା ସମାରୋହରେ ଓଡ଼ିଆ ନବବର୍ଷ ପାଳିତ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ତଥା ନୂଆପଡା ପଞ୍ଚାୟତ ସମିତି ମିଳିତ ଆନୁକୁଲ୍ୟରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ରଙ୍ଗୋଲି, ହୁଳହୁଳି ଓ ପିଠାପଣା ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳା ମାନେ ପାରମ୍ପରିକ ବେଶ ପୋଷାକରେ ଆସି ବେଶ୍ ଉତ୍ସାହର ସହିତ ଏହି ସବୁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ରୂପେ ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ନୂଆପଡା ବିଡ଼ିଓ ରୋହିତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ଏଲ୍ ଡି ଏମ୍ ସୀତାରାମ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଅତିଥି ମାନେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ସମାରୋହରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ବୟଂ ସହାୟକ ଗୋଷ୍ଠୀର ମା ଭଉଣୀ ମାନେ, ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ନୂଆପଡା ଏନ୍ ଏ ସି ଇ ଓ କୁରୁକ୍ଷେତ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ,ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଦୀର୍ଘ ଚଉଦ ଦିନ ଧରି ନୂଆପଡା ଜିଲ୍ଲାରେ ଆଡମ୍ବରରେ ଓଡ଼ିଆ ପକ୍ଷ ସଫଳତାର ସହିତ ପାଳିତ ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସମାଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ