।। ଏଲ ଜାମଗୁଡା ଗ୍ରାମ ରେ ଗୁଡ଼ିଚଗl ।।

Dec 25, 2023 - 15:32
 0  86
।। ଏଲ ଜାମଗୁଡା ଗ୍ରାମ ରେ ଗୁଡ଼ିଚଗl ।।

ଆଦିବାସୀଙ୍କ ମୁଖ୍ୟ ପର୍ବ ଫୁସପର୍ବ l ଏହି ପର୍ବ ଆସନ୍ତା ତା 21 ଜାନୁଆରୀ ମାସ 2024ମସିହା କୁ ନେଇ ଆଜି 24/12/2023 ରିଖ ରବିବାର ଦିନ ଗୁଡ଼ି ଚଗା କାର୍ଯ୍ୟକ୍ରମ ହୋଇଯାଇଛି l ଉକ୍ତ ଗୁଡ଼ି ଚଗା ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଗ ଡିଆଣି ପଞ୍ଚାୟତ ଅଧିନସ୍ଥ ଏଲ ଜାମଗୁଡା ଗ୍ରାମ ଠାରେ l ଏଥିରେ ବଡ଼ଛତରଙ୍ଗ ପଞ୍ଚାୟତ, ବିରିକୋଟ ପଞ୍ଚାୟତ, ବାଗଡିଆଣି ପଞ୍ଚାୟତ ପାଖ ପାଖି 25ଗୋଟି ଗାଁ ର ଲୋକ ଯୋଗଦାନ ଦେଇଥିଲେ l ଆଦିବାସୀ ମାଆ, ବାପା, ଭାଇ, ଭଉଣୀ ସମସ୍ତେ ବହୁତ ଖୁସି ରେ ଆଦିବାସୀ ବିରବାଦ୍ୟ ସଲପ ଲିସାନ, ଢ଼ାପ, ତାଳ, ଝୁମୁକା ବାଦ୍ୟ ରେ ବିଭିନ୍ନ ଢଙ୍ଗ ର ନୃତ୍ୟକରି ଏଲ ଜାମଗୁଡା ଦୁଲାକାଇ ଦେଇଥିଲେ l ବିଭିନ୍ନ ଗାଁ ରୁ ଯାଇ ଥିବା ଆଦିବାସୀ ଲୋକଙ୍କୁ ସ୍ୱାଗତ ଜଣାଇଥିଲେ l ଏଥିରେ ପଞ୍ଚାୟତ, ବ୍ଲକ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଅନେକ ଲୋକ ପ୍ରତିନିଧି, ଅନେକ ସଂଘଠନଯାଇ କାର୍ଯ୍ୟକ୍ରମ ଉପସ୍ଥିତ ଥିବା ବେଳେ ସମସ୍ତ ଅତିଥି ବୃନ୍ଦ ମାନଙ୍କୁ ମିନତୀ ମାଝୀ, ରିତା ମାଝୀ, ନେପୁର ମାଝୀ, ପ୍ରୀତି ମାଝୀ,ବିଷୟା ମାଝୀ, ଉର୍ମିଳା ମାଝୀ ଗୀତ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଗାଁ ର ମାଁ ଠାକୁରାଣୀ ପୂଜା କମିଟି ଆୟୋଜିତ କରିଥିଲେ ଏବଂ ସମସ୍ତ ଅତିଥି ବୃନ୍ଦ ସୁଖ ଶାନ୍ତି ସହ ସୁନ୍ଦର ଭାବରେ କରାଯାଇଥିଲା l ଏହାକୁ ନେଇ ଅଞ୍ଚଳ ବାସି ବହୁତ ଖୁସି ର ଲହରୀ ଖେଳିଛି l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ